କେନ୍ଦୁଝର : କେନ୍ଦୁଝରର ୨୩ଜଣ ଲିଜଧାରୀଙ୍କୁ କୋର୍ଟଙ୍କ ନୋଟିସ । ଯୋଡା ଖଣି ମଣ୍ଡଳର ୨୦ ଜଣ ଖଣି ଲିଜଧାରୀ ଓ କେନ୍ଦୁଝର ଖଣି ମଣ୍ଡଳର ୨୩ ଜଣ ଖଣି ଲିଜଧାରୀଙ୍କୁ ଜୋରିମାନା ଦାଖଲ ପାଇଁ ନିର୍ଦେଶ ଦିଆଯାଇଥିଲା। ହେଲେ ଜୋରିମାନା ଦାଖଲ ନ କରିବାରୁ ଗତ ମେ ମାସରେ ଖଣି ବିଭାଗ ପକ୍ଷରୁ କେନ୍ଦୁଝର ଜିଲ୍ଲା ମାଜିଷ୍ଟେଟଙ୍କ ଏକ ସାର୍ଟିଫିକେଟ କେସ ଦାୟର ହୋଇଥିଲା । ଏହି କେସ ଆଧାରରେ କୋର୍ଟ ନୋଟିସ ଜାରି କରିଛନ୍ତି । ଡବ୍ଲୁପି(ସି) ନଂ-114-2014 ମାମଲା ର ବିଚାର କରି 2017 ମସିହା ଅଗଷ୍ଟ 2 ତାରିଖରେ ସୁପ୍ରିମକୋର୍ଟ ବେଆଇନ ଖଣି ଖନନ କରିଥିବା ଲିଜଧାରୀଙ୍କଠାରୁ କ୍ଷତିପୂରଣ ଆଦାୟ ପାଇଁ ନିର୍ଦେଶ ଦେଇଥିଲେ । ହେଲେ ଭଦ୍ରାସାହି ଆଇରନ ମାଇନ୍ସ, ଠାକୁରାଣୀ ଆଇରନ ମାଇନ୍ସ, ଳାଉପଦା ଆଇରନ ଓର ମାଇନ୍ସ , ଉଲିବୁର ଆଇରନ ମାଇନ୍ସ ଏହି ୨୩ ଜଣ ଖଣିଲିଜଧାରୀ ନିର୍ଦ୍ଧ।ରିତ ସମୟରେ ଜୋରିମାନା ଦାଖଲ କରି ନଥିଲେ ।