ନୂଆଦିଲ୍ଲୀ: ଅଗଷ୍ଟ ୧ରୁ ଦେଶରେ ଅନଲକ-୩ କାର୍ଯ୍ୟକାରୀ ହୋଇଛି। ଏହିକ୍ରମରେ ଆସନ୍ତା ୫ ତାରିଖରୁ ଜିମ୍ନାସିୟମ ବା ଜିମ ଓ ଯୋଗ କେନ୍ଦ୍ର ଖୋଲିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଜିମ ଓ ଯୋଗ କେନ୍ଦ୍ର ଖୋଲିବାକୁ ଥିଲେ ହେଁ ଏଠାରେ କ’ଣ ସବୁ କରୋନା ନିୟମ ପାଳନ କରାଯିବ, ସେଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି।
ଗାଇଡଲାଇନ ଅନୁଯାୟୀ:
-କେବଳ ନନ୍-କଣ୍ଟେନମେଣ୍ଟ ଜୋନରେ ଥିବା ଜିମ ଓ ଯୋଗ କେନ୍ଦ୍ରଗୁଡ଼ିକ ହିଁ ଅଗଷ୍ଟ ୫ ତାରିଖରୁ ଖୋଲି ପାରିବ
-୬୫ ବର୍ଷ ବୟସର ଅଧିକ ବୟସ୍କ, ଗର୍ଭବତୀ ଓ ୧୦ ବର୍ଷ ବୟସରୁ କମ ବୟସ୍କମାନଙ୍କୁ ଜିମ୍ କିମ୍ବା ଯୋଗକେନ୍ଦ୍ରକୁ ଯିବାକୁ ଅନୁମତି ମିଳିବ ନାହିଁ
-ଯେଉଁ ମାନଙ୍କ ଶରୀରରେ ଅମ୍ଳଜାନ ୯୫%ରୁ କମ ରହୁଥିବା ସେମାନଙ୍କୁ ମଧ୍ୟ ପ୍ରବେଶ ଅନୁମତି ମିଳିବ ନାହିଁ
-ପ୍ରଥମ ଦଫାରେ କିଛି ଲୋକ ବ୍ୟାୟାମ କରି ଯିବା ପରେ ଅତିକମରେ ୧୫ ମିନିଟ୍ ପରେ ଦ୍ୱିତୀୟ ଦଫାରେ ଲୋକମାନେ ଏହା ମଧ୍ୟକୁ ପ୍ରବେଶ କରିପାରିବେ। ଏହି ସମୟରେ ସାନିଟାଇଜ କାମ କରାଯିବ
-ଜିମ୍ ଓ ଯୋଗ କେନ୍ଦ୍ର ମଧ୍ୟରେ ଲୋକଙ୍କ ମଧ୍ୟରେ ଅତିକମରେ ୬ ଫୁଟ ଦୂରତା ରହିବ
-ଯୋଗାଭ୍ୟାସ ଓ ବ୍ୟାୟାମ କରିବା ବେଳେ ଲୋକମାନେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ। ଯଦି କେହି ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରନ୍ତି, ତା’ହେଲେ ସେମାନେ ଭିସୋର ପରିନ୍ଧାନ କରିପାରିବେ
-ନିୟମିତ ହାତ ଧୋଇବେ ଓ ସାନିଟାଇଜର ବ୍ୟବହାର କରିବେ
-ଆଉଟ ଡୋରରେ ବ୍ୟାୟାମ କରିବା ଭଲ। ଯଦି ସୁବିଧା ଥିବ, ତା’ହେଲେ ଜିମ ମାଲିକମାନେ ଏହାର ବ୍ୟବସ୍ଥା କରିପାରିବେ
-ପ୍ରତି ଇକ୍ୟୁପମେଣ୍ଟ ଭିତରେ ୬ ଫୁଟର ଦୂରତା ରହିବ
-ଜିମ କିମ୍ବା ଯୋଗ କେନ୍ଦ୍ରରେ ଛେପ ପକାଇବା ସଂପୂର୍ଣ୍ଣ ବାରଣ କରାଯାଇଛି
-ନିୟମିତ ଭାବେ ପରିସର, ଆସବାବାପତ୍ର ଓ ଅନ୍ୟାନ୍ୟ ଜିନିଷକୁ ସାନିଟାଇଜ କରାଯିବ
-କଣ୍ଟାକ୍ଟ ଲେସ୍ ପେମେଣ୍ଟକୁ ଗୁରୁତ୍ୱ ଦିଆଯିବ
-କେବଳ ଲକ୍ଷଣହୀନ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ
-ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ କରାଯାଇଛି