କେନ୍ଦୁଝରର ୧୦ ଗାଁ ୪୮ ଘଣ୍ଟା ଲାଗି ସଟଡାଉନ୍

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତରେ ଥିବା ଏକ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର (ଟିଏମସି)ରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ରବିବାର ଏହି ଅଞ୍ଚଳର ୧୦ଟି ଗ୍ରାମକୁ ୪୮ ଘଣ୍ଟିଆ ସଟଡାଉନ୍ କରାଯାଇଛି ।

ଡୁମୁରିଆ ପଞ୍ଚାୟତର ସରପଞ୍ଚ ଦମୟନ୍ତୀ ନାୟକ ସୂଚନା ଦେଇ କହିଛନ୍ତି ଯେ ସ୍ୱାସ୍ଥ୍ୟସେବା ଏବଂ ଦୁଗ୍ଧ ଯୋଗାଣ ଭଳି ଜରୁରୀକାଳୀନ ସେବାକୁ ବାଦ୍ ଦେଇ ପଞ୍ଚାୟତର ଅନ୍ୟ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ମଙ୍ଗଳବାର ପର୍ଯ୍ୟନ୍ତ ବନ୍ଦ ରହିବ।

Comments (0)
Add Comment