ମୁମ୍ବାଇ : କ୍ରିକେଟର ଓ ବଲିଉଡ କୁଇନ ମାନଙ୍କ ଭିତରେ ସଂପର୍କ କିଛି ନୂଆ ନୁହେଁ । ଅନେକ କ୍ରିକେଟରଙ୍କ ଲଭ ଯୋଡି ହୋଇରହିଛି ବଲିଉଡର ଗ୍ଲାମର ଗର୍ଲଙ୍କ ସହ । ହେଲେ ବଲିଉଡକୁ ଏଣ୍ଟ୍ରି କରିବାକୁ ଯାୁଛନ୍ତି ଜଣେ ଭାରତୀୟ କ୍ରିକେଟରଙ୍କ ପତ୍ନୀ । ସେଇ ଭାରତୀୟ କ୍ରିକେଟର ହେଉଛନ୍ତି ମୋହମ୍ମଦ ଶମୀ । ତାଙ୍କ ପତ୍ନୀ ହେୁଛନ୍ତି ହସୀନ ଜହାନ । ହେଲେ ତାଙ୍କ ପାରିବାରିକ ବିବାଦ ହିଁ ତାଙ୍କୁ ବଲିଉଡ ମୁହାଁ କରିଥିବା କହିଛନ୍ତି ହସୀନ । ନିଜ ପିଲାଙ୍କୁ ଚଳାଇବା ଲାଗି ତାଙ୍କୁ କାମ କରିବାକୁ ପଡିବ ବୋଲି କହିଛନ୍ତି ହସୀୀନ ଷ ସେ ଜଣେ ମଡେଲିଂରେ ତାଙ୍କ କ୍ୟାରିୟର ଥିବାରୁ ସେ କାମ ଲାଗି ବଲିଉଡକୁ ବାଛିଛନ୍ତି ବୋଲି କହିଛନ୍ତି । ଏହା ସହ ତାଙ୍କ ପତିଙ୍କ ବିରୋଧରେ ଲଢୁଥିବା ଆଇନଗତ ଲଢେଇ ଲାଗି ଅର୍ଥ ଦରକାର ଥିବାରୁ ସେ ଏପରି ନିଷ୍ପତି ନେଇଥିବା କହିଛନ୍ତି । ନିର୍ଦେଶକ ଅମଜଦ ଖାନଙ୍କ ଫିଲ୍ମ ଫତୱା ଜରିଆରେ ବଲିଉଡରେ ଡେବୁ କରିବେ ହସିନ । ଏଥିରେ ଜମେ ସାମ୍ବାଦିକା ଭୂମିକାରେ ନଜର ଆସିବେ । ଚରିତ୍ରରେ ଫିଟ ହେବା ଲାଗି ହସିନ ନିଜ ଓଜନକୁ ୧୫ କେଜି କମାଇ ଫିଟ ହୋଇସାରିଲେଣି ।
ହସୀନ ଓ ମହମ୍ମଦ ଶମୀ ଏବେ ଏକାଠି ରହୁ ନାହାନ୍ତି । ଶମୀଙ୍କ ବିରୋଧରେ ହସୀନ ଦୁଷ୍କର୍ମ, ହତ୍ୟା ଓ ଧୋକା ଦେବା ଭଳି ୍ଭିଯୋଗ ଆଣିଛନ୍ତି । ଏମିତିକି ଶମୀ ମ୍ୟାଚ ଫିକ୍ସଂରେ ଜଡିତ ଥିବା ସେ ଖୁଲାସା କରିଛନ୍ତି । ତେବେ ଏହି ମ୍ୟାଚ ଫିକ୍ସିଂରେ ବିସିସିଆଇ ଶମୀଙ୍କୁ କ୍ଲିନଚିଟ ଦେଇଛି । ହସିନ ବିଭାହ ପୂର୍ବରୁ ମଡେଲିଂ କରୁଥିଲେ । ୨୦୧୪ରେ ଶମୀଙ୍କୁ ବିଭାହ କରିବା ପରେ ମଡେଲିଂ ଛାଡିଛନ୍ତି । ଆଉ ସ୍ୱାମୀଙ୍କ ଠୁ ଅଲଗା ହେବା ପରେ ଏବେ ବଲିଉଡ ଏଣ୍ଟ୍ରି କରିବାକୁ ପ୍ରସ୍ତୁ ଚଳାଇଛନ୍ତି ।