ତହସିଲର ଡାଟା ଏଣ୍ଟ୍ରି ଅପରେଟର ମାନଙ୍କ ପାଇଁ ଖୁସି ଖବର, ୪ ହଜାର ଟଙ୍କା ବଢିଲା ପ୍ରୋତ୍ସାହନ ରାଶି


ଭୁବନେଶ୍ୱର : ନୂଆ ବର୍ଷରେ ତହସିଲର ଡାଟା ଏଣ୍ଟ୍ରି ଅପରେଟର ମାନଙ୍କ ପାଇଁ ଖୁସି ଖବର । ସେମାନଙ୍କ ପ୍ରୋତ୍ସାହନ ରାଶି ବଢାଇଛନ୍ତି ରାଜ୍ୟ ସରକାର । ମାସିକ ପାଉଥିବା ପାରିଶ୍ରମିକ ସହ ଅଧିକ ୪ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପାଇବେ । ରାଜ୍ୟ ସରକାର ଏନେଇ ଗୋଷଣା କରିଛନ୍ତି ।
ରାଜ୍ୟର ବିଭିନ୍ନ ତହସିଲ ଅଫିସ୍‌ରେ କାର‌୍ୟ୍ୟରତ ଡାଟା ଏଣ୍ଟ୍ରି ଅପରେଟରମାନେ ଏଣିକି ସେମାନେ ପାଉଥିବା ମାସିକ ପାରିଶ୍ରମିକ ରାଶି ସହିତ ଅଧିକ ୪ହଜାର ଟଙ୍କାର ପ୍ରୋତ୍ସାହନ (ଇନ୍‌ସେନ୍‌ଟିଭ୍‌) ରାଶି ପାଇବେ ା ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିବାପରେ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ା ରାଜସ୍ବ ଓ ବିପର‌୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆଗତ ଏ ସଂକ୍ରାନ୍ତୀୟ ପ୍ରସ୍ତାବ ବାବଦରେ ନିକଟ ଅତୀତରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ପରେ ଅର୍ଥମନ୍ତ୍ରୀ ଡାଟା ଏଣ୍ଟ୍ରି ଅପରେଟରମାନଙ୍କ ପ୍ରୋତ୍ସାହନ ରାଶିକୁ ଅନୁମୋଦନ କରିଛନ୍ତି ା ଉକ୍ତ ବୈଠକରେ ଅର୍ଥ ମନ୍ତ୍ରୀଙ୍କ ସମେତ ରାଜସ୍ବ ଓ ବିପର‌୍ୟ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି, ଅର୍ଥ ବିଭାଗ ପ୍ରମୁଖ ସଚିବ ଏବଂ ରାଜସ୍ବ ଓ ବିପର‌୍ୟ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ଉପସ୍ଥିତ ଥିଲେ ା ତହସିଲରେ କାର‌୍ୟ୍ୟକରୁଥିବା ଡାଟା ଏଣ୍ଟ୍ରି ଅପରେଟରମାନେ ପୂର୍ବରୁ ମାସିକ ପାରିଶ୍ରମିକ ରାଶି ୮,୮୮୦ ଟଙ୍କା ପାଇଥିଲେ। ଏହାସହ ସେମାନେ ଅଧିକ ୪ହଜାର ଟଙ୍କା ପ୍ରୋତ୍ସାହନ ରାଶି ବାବଦରେ ପାଇବେ ା ଏହି ପ୍ରୋତ୍ସାହନ ରାଶି ତହସିଲ୍‌ ଆଦାୟ କରୁଥିବା ୟୁଜର୍ସ ଫିରୁ ଭରଣା କରାଯିବ ା

Comments (0)
Add Comment