ଦିଲ୍ଲୀ: ପିଲା ମାନଙ୍କୁ ଭଲ ମଣିଷ କରିବା ସବୁ ବାପା ମାଙ୍କ ଇଛା ଥାଏ । ପିଲାମାନେ ବି ଚାହାନ୍ତି ଯେ ବଡ ହୋଇ ବାପାଙ୍କ ଇଛା ପୁରଣ କରିବେ । ହେଲେ ଜଣେ ଯୁବତୀ ନିଜ ବାପା ମାଙ୍କ ପରିଣତ ବୟସର ଇଛା ପୁରଣ କରିବାକୁ ୨୦ ଜଣ ଯୁବକଙ୍କ ସହ ଶାରୀରିକ ସଂପର୍କ ରଖିବା ଏବେ ଆଲୋଚନାର ବିଷୟ ହୋଇଛି । ଯୁବତୀଙ୍କ ଏପରି କାମକୁ ନେଇ ଅନେକ ନାପାସନ୍ଦ କରୁଥିବାବେଳେ ଅନେକ ଏହାକୁ ପସନ୍ଦ କରୁଛନ୍ତି । ଯୁବତୀ ଜଣଙ୍କ ନିଜ ବାପା ମାଙ୍କ ସ୍ୱପ୍ନ ପୁରଣ କରିବାକୁ ୨୦ ବଏଫ୍ରେଣ୍ଡଙ୍କ ସହ ସଂପର୍କ ରଖିଥିଲେ । ଘଟଣାଟି ଆମ ଦେଶରେ ନୁହେଁ ସାମ୍ମନାକୁ ଆସିଛି ଚୀନର ବେଜିଂରୁ ।
ସାୟୋଲି ନାମକ ଜଣେ ଯୁବତୀଙ୍କ ଜନ୍ମ ଏକ ସାଧାରଣ ପରିବାରରେ । ମା’-ବାପା ବଢ଼ାବୁଢ଼ୀ ହୋଇଯାଇଥିଲେ। ଦୁହେଁ ଚାହୁଁଥିଲେ କି ଯେଉଁ ଘରେ ରହୁଛନ୍ତି ତାହାକୁ କିଣି ନିଅନ୍ତୁ ବୋଲି, କିନ୍ତୁ ସେମାନେ ସେପରି କିଛି କରି ପାରୁ ନ ଥିଲେ। ମା’-ବାପାଙ୍କ ଏହି ଇଚ୍ଛାକୁ ପୂରା କରିବା ପାଇଁ ଝିଅ ସ୍ଥିର କରିଥିଲା ଏବଂ ଏକ ଭିନ୍ନ ଉପାୟ ଆପଣାଇ ନେଇଥିଲା। ସେ ଜାଣିଶୁଣି ୨୦ ଜଣ ବୟଫ୍ରେଣ୍ଡ ବନାଇଥିଲା।
ସାୟୋଲ ଘର କିଣିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ପାଖରେ ନ ଥାଏ ଅର୍ଥ। ସେ ସର୍ବପ୍ରଥମେ ଗୋଟିଏ ବୟଫ୍ରେଣ୍ଡ ବନାଇଲେ, ଯିଏକି ତାଙ୍କୁ ଆଇଫୋନ୍ ୭ ଉପହାର ଦେଇଥିଲା। ଏହାପରେ ସେ ଏଭଳି ଜଣକ ପରେ ଜଣେ ବୟଫ୍ରେଣ୍ଡ ରଖି ସେମାନଙ୍କଠାରୁ ମହଙ୍ଗା ଉପହାର ଆଣିବା ପାଇଁ ସ୍ଥିର କରି ନେଇଥିଲେ। ସମୟ କ୍ରମେ ୨୦ ଜଣ ବୟଫ୍ରେଣ୍ଡ ବନାଇ ସମସ୍ତଙ୍କଠାରୁ ଆଇଫୋନ୍ ୪ ଫୋନ୍ ଦାବି କରିଥିଲେ। କିଛିଦିନ ପରେ ଯୁବତୀ ସମସ୍ତ ଫୋନ୍କୁ ମୋବାଇଲ ଫୋନ୍ ରିସାଇକଲିଂ ପ୍ଲାଣ୍ଟରେ ପାଖାପାଖି ୧୨,୨୩,୧୮୬ଟଙ୍କାରେ ବିକ୍ରି କରି ଦେଇଥିଲେ। ଏହାପରେ ଯୁବତୀ ମୋବାଇଲ ବିକ୍ରିରୁ ଯେତିକି ଟଙ୍କା ପାଇଥିଲେ ସେଥିରେ ଘର କିଣି ଦେଇଥିଲେ।