ମୁମ୍ବାଇ : ଅସୁସ୍ଥତା ଯୋଗୁ ମେଡିକାଲରେ ଚିକିତ୍ସିତ ହେୁଥିଲେ । କିଛି ଦିନପରେ ରୋଗ ଭଲ ନହେବାରୁ ମଡତ ଘୋଷଣା କଲେ ଡାକ୍ତର । ଘରକୁ ଶବ ଆସିବା ପରେ ଶେଷକୃତ୍ୟ ଲାଗି ସବୁ ବନ୍ଦୋବସ୍ତ ହୋଇଥିଲା । ବନ୍ଧୁ ବରିଜନ, ଗ୍ୟାଂନ୍ତି କୁଟୁମ୍ବ ବି ଆସି ସାରିଥିଲେ । କୋକେଇରେ ଶବ ବନ୍ଧା ସରିଥିଲା । କାନ୍ଦ ବୋବାଳିରେ ଫାଟି ପଡୁଥିଲା ପୁରା ପରିବେଶ । ଅଧାବୟସରୁ ଘରର ପୁଅକୁ ହରାଇ ପୁରା ପରିବାର ଯେମିତି ବୋକା ବନିଯାିଥିଲେ । ହେଲେ କୋକେଇରେ ଶବ ବନ୍ଧି ସାରି ମଶାଣିକୁ ନେବାବେଳେ ପରିବାର ଲୋକେ କୋହ ସମ୍ଭାଲି ନପାରି କୋକେଇ ଧରି କାନ୍ଦିଥିଲେ । ଆଉ ଏତିକିବେଳେ କୋକେଇରେ ଜିଇଁ ଉଠିଥିଲେ ଯୁବକ । ଏବେ ତାଙ୍କୁ ଚିକିତ୍ସା ଲାଗି ପୁଣି ଡାକ୍ତରଖାନାରେ ଭର୍ତି କରାଯାଇଛି । ଏମିତି ଘଟଣା ଘଟିଛି ମହାରାଷ୍ଟ୍ରର ସୋଲାପୁର ଅଞ୍ଛଳରେ ।
ଇଶ୍ୱର ପାଭାଦେ ନାମକ ୩୫ବର୍ଷୀୟ ଜଣେ ବ୍ୟକ୍ତି ମହାରାଷ୍ଟ୍ରର ସୋଲାପୁରରେ ରହି କାମ କରୁଥିଲେ। ତାଙ୍କ ଶରୀର ଅସୁସ୍ଥ ହୋଇପଡ଼ିବାରୁ ଚିକିତ୍ସା ପାଇଁ ମୁମ୍ବାଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ସମୟରେ ବୁଧବାର ଡାକ୍ତର ଇଶ୍ୱରଙ୍କୁ ମୃତ ବୋଲି ଘୋଷଣା କରି ମୃତଦେହକୁ ପରିବାରଲୋକଙ୍କୁ ଦେଇ ଦେଇଥିଲେ। ଏହାପରେ ଇଶ୍ୱରଙ୍କ ପରିବାରଲୋକଙ୍କ ମଧ୍ୟରେ କାନ୍ଦବୋବାଳି ଆରମ୍ଭ ହୋଇ ଶୋକକୂଳ ବାତାବରଣ ସୃଷ୍ଟି ହୋଇଥିଲା। ମନକୁ ଦୃଢ଼ କରି ଇଶ୍ୱରଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ପରିବାରଲୋକ। ଇଶ୍ୱରଙ୍କ ଶବକୁ କୋକେଇରେ ବନ୍ଧା ସରିଥିଲା। ଏହି ସମୟରେ ଶବକୁ ଛାତିରେ ଜାବୁଡ଼ି ଧରି ପରିବାରଲୋକେ କାନ୍ଦୁ ଥିବା ସମୟରେ ଇଶ୍ୱରଙ୍କ ନିଶ୍ୱାସ ଚାଲୁଥିବା ସେମାନେ ଅନୁଭବ କରିଥିଲେ। ସମୟ ବିଳମ୍ବ ନକରି ସେମାନେ ଇଶ୍ୱରଙ୍କୁ ଧରି ଡାକ୍ତରଖାନାରେ ପହଞ୍ଚି ଯାଇଥିଲେ। ଏବେ ଇଶ୍ୱରଙ୍କ ଚିକିତ୍ସା ଡାକ୍ତଖାନାରେ ଜାରି ରହିଛି। ଏହାକୁ ଦେଖି ଇଶ୍ୱରଙ୍କ ପରିବାର ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। ଅନ୍ୟ ପକ୍ଷରେ ଇଶ୍ୱରଙ୍କ ପରିବାର ସୋଲାପୁର ହସ୍ପିଟାଲ ଡାକ୍ତରଙ୍କ ଅବହେଲା ହେତୁ ଏଭଳି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି