ହଲିଉଡ ‘ଟ୍ରିପଲ୍ ଏକ୍ସ ୪’ରେ ଅନ୍ତରଙ୍ଗ ଦୃଶ୍ୟରେ ଦୀପିକା

ବଲିଉଡ୍ର ମସ୍ତାନୀ ଦୀପିକା ପାଦ୍ୟୁକୋନ୍ ‘ଟ୍ରିପଲ ଏକ୍ସ’ ଫିଲ୍ମ ମାଧ୍ୟମରେ ହଲିଉଡ୍ରେ ପାଦ ଥାପିଥିଲେ । ଆଉ ଏବେ ହଲିଉଡ୍ରୁ ଖବର ଆସିଛି କି ‘ଟ୍ରିପଲ୍ ଏକ୍ସ ୪’ରେ ମଧ୍ୟ ଦୀପିକା ନଜର ଆସିବେ । ଏସମ୍ବନ୍ଧରେ ଫିଲ୍ମର ନିର୍ଦ୍ଦେଶକ ଡିଜେ କ୍ରୁସୋ ନିଜ ଟ୍ୱିଟର ଆକାଉଣ୍ଟରେ ଘୋଷଣା କରିଛନ୍ତି । ଫିଲ୍ମରେ ଦୀପିକା ଅଭିନୟ କରିବା ସମ୍ବନ୍ଧରେ ଜଣେ ପ୍ରଶଂସକ କ୍ରୁସୋଙ୍କୁ ପ୍ରଶ୍ନ ପଚାରିବାରୁ ସେ ‘ହଁ’ରେ ଉତ୍ତର ଦେଇଥିଲେ । ୨୦୧୭ ମସିହାରେ ରିଲିଜ୍ ହୋଇଥିବା ‘ଟ୍ରିପଲ ଏକ୍ସ-ଦି ଜେଣ୍ଡର କେଜ୍’ ଫିଲ୍ମରେ ବିନ୍ ଡିଜେଲଙ୍କ ସହ ଦୀପିକାଙ୍କ ଖୁବ୍ ଅନ୍ତରଙ୍ଗ ଦୃଶ୍ୟ ଦେଖିବାକୁ ମିଳିଥିଲା । ଦିପି ଏଥିରେ ପ୍ରଭାବୀ ଅଭିନୟ କରିଥିଲେ ମଧ୍ୟ ଭାରତୀୟ ବକ୍ସ ଅଫିସ୍ରେ କିଛି ଖାସ୍ କମାଲ କରିପାରିନଥିଲା । ନିର୍ଦ୍ଦେଶକ କ୍ରୁଜଙ୍କ କହିବା ମୁତାବକ ସେ ‘ଟ୍ରିପଲ୍ ଏକ୍ସ ୪’କୁ ବଲିଉଡ୍ ଶୈଳୀର ନୃତ୍ୟ ସହ ଶେଷ କରିବାର ଯୋଜନା ପ୍ରସ୍ତୁତ କରିଛନ୍ତି । ଅନ୍ୟପଟେ ଦୀପିକା କିନ୍ତୁ ‘ପଦ୍ମାବତ୍’ର ସଫଳତା ପରେ କୌଣସି ବଲିଉଡ୍ ଫିଲ୍ମ ସାଇନ୍ କରି ନାହାନ୍ତି । କିନ୍ତୁ ସେ ତାଙ୍କ ଦୀର୍ଘଦିନର ପ୍ରେମିକ ରଣବୀର ସିଂଙ୍କ ସହ ବିବାହକୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି

Comments (0)
Add Comment