ଦିଲ୍ଲୀ : ବୁରାରି ଅଞ୍ଚଳରେ ଗୋଟିଏ ପରିବାରର ୧୧ ଜଣ ସାମୂହିକ ଆତ୍ମହତ୍ୟା କରିବା ଲାଗି ସେମାନଙ୍କୁ ନିର୍ଦ୍ଦେଶ ମିଳିଥିଲା । ପୁଲିସ୍ ପ୍ରାଥମିକ ତଦନ୍ତରୁ ଏମତି ସନ୍ଦେହ କରିଛି । ତଦନ୍ତ ସମୟରେ ପୁଲିସ୍ ଏମିତି କିଛି ପ୍ରମାଣ ପାଇଛି, ଯାହା ପୂରା ଘଟଣାକୁ ଆହୁରି ରହସ୍ୟମୟ କରିଦେଇଛି । ଏକ ନୋଟ୍ରେ ମୋକ୍ଷ ପାଇବା ପାଇଁ ୧୦ଟି ସ୍ତର ବା ଷ୍ଟେପ୍ ସମ୍ପର୍କରେ ଲେଖାଯାଇଥିବା ନିର୍ଦ୍ଦେଶ ଉଲ୍ଲେଖ ରହିଛି । ଅନ୍ଧ ବିଶ୍ୱାସରୁ ଏଭଳି ଘଟଣା ଘଟିଥିବାରୁ ପୁଲିସ୍ ଏହାକୁ ହତ୍ୟା ବୋଲି ଧରି ନେଇଛି ।
ଚିଠିରେ ଥିବା ୧୦ ନିର୍ଦ୍ଦେଶ
ମୋକ୍ଷ ପାଇବା ପାଇଁ ଗୁରୁବାର କିମ୍ବା ଶନିବାର ଚୟନ କର । ଙ୍କଙ୍କ କପଡା଼କୁ ଭଲ ଭାବେ ବାନ୍ଧ, ଆଖିରେ ଏମିତି ପୁଟୁଳି ବାନ୍ଧ ଯେମିତି କେବଳ ଶୂନ ହିଁ ଦେଖାଯିବ । ଦଉଡ଼ି ସହିତ ଚୁନି କିମ୍ବା ଶାଢ଼ିର ବ୍ୟବହାର କରନ୍ତୁ । ଙ୍କଙ୍କ ମୃତ୍ୟୁର ୭ ଦିନ ପୂର୍ବରୁ ପୂଜାପାଠ କରିବା ଦରକାର । ପୂଜାରେ ଠିକ୍ ଭାବେ ନିୟମ ପାଳନ କରିବ । ଏହି ସମୟରେ ଯଦି ଅଲୌକିକ ଶକ୍ତିର ଆର୍ବିଭାବ ହୁଏ, ତା’ହେଲେ ତା’ ପରଦିନ ନିଜ କାମ ବନ୍ଦ କର ଙ୍କଙ୍କ ଯଦି ବୟସ୍କା ମହିଳା ଲଟକି ପାରିବେ ନାହିଁ, ତା’ହେଲେ ତାଙ୍କୁ ଚଟାଣରେ ଶୁଆଇ ଦେବେ । ଙ୍କଙ୍କ ସର୍ବଦା ଡିମ୍ ଲାଇଟ୍ ବ୍ୟବହାର କରନ୍ତୁ । ଙ୍କଙ୍କ ହାତ ବାନ୍ଧିବା ପରେ ଯଦି କପଡ଼ା ବଳେ, ତା’ହେଲେ ଏହାକୁ ଆଖିରେ ଦୁଇଥର ବାନ୍ଧ । ଙ୍କଙ୍କ ଶକ୍ତ ଭାବେ ମୁହଁକୁ କପଡ଼ାରେ ବାନ୍ଧ । ଙ୍କଙ୍କ ଏହି ପ୍ରକ୍ରିୟା ପ୍ରତି ଯେତେ ଉତ୍ସର୍ଗୀକୃତ ରହିବ, ଫଳାଫଳ ସେତେ ଭଲ ହେବ । ଙ୍କଙ୍କ ଏହି ପ୍ରକ୍ରିୟାଗୁଡ଼ିକୁ ରାତି ୧୨ରୁ ୧ ଟା ମଧ୍ୟ
ରେ କରିବା ଦରକାର । ଙ୍କଙ୍କ ପରିବାରର ସମସ୍ତ ସଦସ୍ୟ ଗୋଟିଏ ଲକ୍ଷ୍ୟରେ ଏଭଳି କରିବା ଦରକାର । ନଚେତ୍ କିଛି ବି ତ୍ରୁଟି ବିଚ୍ୟୁତି ରହିଲେ, ଏହା ଓଲଟା ଫଳ ଦେବ ।
ବାବାଙ୍କ ଲିଙ୍କ୍!
ଏଭଳି ଘଟଣା ପଛରେ ପୁଲିସ୍ ଜଣେ ଆତ୍ମଘୋଷିତ ବାବାଙ୍କ ହାତ ଥିବା ଜାଣିବାକୁ ପାଇଛି । ଭାଟ୍ଟିଆ ପରିବାରର ଲୋକଙ୍କ ମୋବାଇଲ୍ ଫୋନ୍ ଯାଞ୍ଚ୍ କରିବା ପରେ ପୁଲିସ୍ ହାତରେ ଏଭଳି ସୁରାକ ଲାଗିଛି । ପୁଲିସ୍ ଏବେ ପରିବାର ଲୋକମାନେ ଇଣ୍ଟରନେଟରେ ରନେଟ୍ରେ ବେଶୀ ସମୟ କ’ଣ ପଢ଼ୁଥିଲେ ଏବଂ ସେମାନଙ୍କୁ ଏଭଳି କରିବାକୁ କେହି ପ୍ରବତାଇଛି କି, ସେ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି । ପୁଲିସ୍ କହିଛି, ପ୍ରାଥମିକ ତଦନ୍ତରୁ ଲାଗୁଛି ପରିବାର ଲୋକମାନଙ୍କ ମସ୍ତିଷ୍କକୁ ୱାଶ କରାଯାଇଛି । ପରିବାର ଲୋକ କେଉଁ ଧର୍ମ ପାଇଁ ମଠ ଦ୍ୱାରା ଅନୁପ୍ରାଣିତ ହେଉଥିଲେ ଏବଂ ଏହାର ମୁଖ୍ୟ କିଏ, ସେ ନେଇ ତଦନ୍ତ ଆରମ୍ଭ କରିଛି । ଏହା ପଛରେ ଜଣେ ଆତ୍ମଘୋଷିତ ବାବାଙ୍କ ଲିଙ୍କ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ କହିଛି ।
ରହସ୍ୟ ମୟ ୧୧ ପାଇପ୍
ଅନ୍ଧବିଶ୍ୱାସରୁ ଯେ ଦିଲ୍ଲୀର ବୁରାରି ଅଞ୍ଚଳରେ ଏଭଳି ଘଟଣା ଘଟିଛି, ତା’ ପୁଲିସ୍ ଧୀରେଧୀରେ ଜାଣିବାକୁ ପାଉଛି । ପୂର୍ବ ଯୋଜନା ମୁତାବକ ଗୋଟିଏ ପରିବାରର ୧୧ ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ୍ ସନ୍ଦେହ କରୁଛି । ପୁଲିସ୍ ଆଜି ରହସ୍ୟଜନକ ମୃତଦେହ ମିଳିଥିବା ଘରୁ ୧୧ଟି ଆଶ୍ଚର୍ଯ୍ୟଚକିତ କଲାଭଳି ପାଇପ୍ ଠାବ କରିଛି । ପୁଲିସ୍ ଏହି ପାଇପ୍କୁ ଠାବ କରିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛି । କାରଣ ଏହି ପାଇପ୍ଗୁଡ଼ିକ ଘର ମଧ୍ୟରୁ ଉଦ୍ଧାର ହୋଇଥିବା ମୃତଦେହ ଗୁଡ଼ିକ ଯେଉଁଭଳି ଭାବେ ରହିଥିଲା, ପାଇପ୍ ଗୁଡ଼ିକ ମଧ୍ୟ ସେହି ଭଳି ଢଙ୍ଗରେ ରହିଛି । ଅର୍ଥାତ ୧୧ଟି ପାଇପ୍ ମଧ୍ୟରୁ ୪ଟି ପାଇପ୍ ଗୋଟିଏ ପ୍ରକାରର ହୋଇଥିବା ବେଳେ ୭ଟି ଆଉ ଗୋଟିଏ ପ୍ରକାରର ରହିଛି । ଘରୁ ମିଳିଥିବା ମୃତଦେହଗୁଡ଼ିକ ମଧ୍ୟରେ ୪ ଜଣ ମହିଳା ଥିବାବେଳେ ୭ ଜଣ ହେଉଛନ୍ତି ପୁରୁଷ । ସେହିପଭଳି ଏଥିମଧ୍ୟରୁ ୭ଟି ପାଇପ୍ ତଳକୁ ମୁହଁ କରିଥିବା ବେଳେ ଅନ୍ୟ ୪ଟି ସିଧା ମୁହଁ କରିଛନ୍ତି । ତେଣୁ ମୃତଦେହଗୁଡ଼ିକ ସହ ଏହାର ସମ୍ପର୍କ ରହିଛି ବୋଲି ପୁଲିସ୍ ସନ୍ଦେହ କରୁଛି । ଅନ୍ୟ ସମସ୍ତ ପାଇପ୍ଠାରୁ ଗୋଟିଏ ପାଇପ୍ ଅନ୍ୟତ୍ର ଭିନ୍ନ ଭାବେ ରହିଛି । ଏହାର ଅର୍ଥ ବୟସ୍କା ମହିଳା ଜଣଙ୍କ ସହ ଏହାର ସଂଯୋଗ ରହିଛି । କାରଣ ୧୦ ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ ବୃଦ୍ଧାଙ୍କ ମୃତଦେହ ଚଟଣା ଉପରେ ପଡ଼ିଥିଲା । ପୁଲିସ୍ ଘରକୁ ଦୁଇଟି ରେଜିଷ୍ଟର୍ ଠାବ କରିଛି । ଏଥିରେ ମୋକ୍ଷ ପାଇଁ କିଛି କଥା ଲେଖାଯାଇଛି । ରେଜିଷ୍ଟରରେ ପରିବାର ଲୋକ ୨୦୧୫ରୁ କିଛି କିଛି କଥା ଲେଖିଚାଲିଥିଲେ । ଏଥିରେ ମୃତ୍ୟର ତାରିଖ ରହିଥିବା ପୁଲିସ୍ ଜାଣିବାକୁ ପାଇଛି ।
ଘଟଣାକ୍ରମ :
ଜୁନ୍ ୧୭: ନାରାୟଣ ଦେବୀଙ୍କ ନାତୁଣୀ ପ୍ରିୟଙ୍କାଙ୍କ ନିର୍ବନ୍ଧ ପାଇଁ ପୂରା ପରିବାର ଏକାଠି ହୋଇଥିଲେ ।
ଜୁନ୍ ୩୦: ରାତି ୮: ଭବନେଶ ନିଜର ପ୍ଲାଏଉଡ୍ ଦୋକାନ ବନ୍ଦ କରି ଘରକୁ ଫେରିଥିଲେ ।
ରାତି ୧୦: ଅନ୍ୟ ଜଣେ ପୁଅ ଦୋକାନ ବନ୍ଦ କରି ଘରକୁ ଫେରିଥିଲେ ।
ରାତି ୧୧: ନାରାୟଣ ଦେବୀଙ୍କ ସାନ ପୁଅ ଲଳିତ ଭଉଣୀ ସୁଜାତାଙ୍କୁ ଫୋନ୍ କରି କଥା ହୋଇଥିଲେ ।
ଜୁଲାଇ ୧: ସକାଳ ୭.୧୫: ପଡ଼ୋଶୀ ଗୁରୁଚରଣ ସିଂହ ଦୋକାନ ଖୋଲି ନଥିବାରୁ ନାରାୟଣ ଦେବୀଙ୍କ ଘରକୁ ଯାଇଥିଲେ । ସେଠାରେ ମୃତଦେହଗୁଡ଼ିକୁ ଦେଖିଥିଲେ ।
୭.୩୦: ପୁଲିସ୍ ପିସିଆର୍ କଲ ପାଇଥିଲା ।
ମୃତକଙ୍କ ନାଁ ଓ ବୟସ: ୭୫ ବର୍ଷୀୟା ନାରାୟଣ ଦେବୀ, ତାଙ୍କ ଦୁଇ ପୁଅ ଭବନେଶ(୫୦), ଲଳିତ(୪୫), ତାଙ୍କ ଦୁଇ ବୋହୂ ସବିତା (୪୮) ଓ ଟିନା(୪୨), ତାଙ୍କ ଝିଅ ୫୭ ବର୍ଷୀୟ ପ୍ରତିଭା, ତାଙ୍କ ନାତି ନାତୁଣୀ ପ୍ରିୟଙ୍କା (୩୩), ନୀତୁ(୨୩), ଧ୍ରୁବ(୧୫ ) ଏବଂ ଶିବମ୍ (୧୨) ସୂଚନା: ନାରାୟଣୀ ଦେବୀଙ୍କ ଆଉ ଗୋଟିଏ ପୁଅ ଦିନେଶ ଭାଟ୍ଟିଆ ରାଜସ୍ଥାନରେ ରହୁଥିବା ବେଳେ ଅନ୍ୟ ଜଣେ ଝିଅ ସୁଜତା ହରିଆଣାରେ ରୁହନ୍ତି ।