ଗଞ୍ଜାମ ଜିଲ୍ଲାର ବୁଗୁଡା ଓ ପାତ୍ରପୁରରେ ଜବାବ ମାଗୁଛି ଓଡିଶା ଅଭିଯାନରେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର : ଓଡିଶାରେ ଦୁର୍ନୀତିର ଦାନବକୁ ଦାନାପାଣି ନବୀନ ବାବୁ ଦେଉଛନ୍ତି । ଦୁର୍ନୀତିର ତାର ନବୀନ ନିବାସର ଅନ୍ତପୁର ପର୍ଯ୍ୟନ୍ତ ଲମ୍ବିଛି । ପିସି, ଚିଟଫଣ୍ଡ, ଖଣି ଦାନବକୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଛନ୍ତି । ମନ୍ତ୍ରୀ, ବିଧାୟକ ଓ ଆଇଏଏସ ମାନେ ପିସି ନେଉଥିବା ବେଳେ ଧରାପଡୁନାହାନ୍ତି । ବିଜେଡିର ବହୁ ମନ୍ତ୍ରୀ ଓ ବିଧାୟକ ଚିଟଫଣ୍ଡରେ ସମ୍ପୃକ୍ତ ଅଛନ୍ତି । ବିଜେପି ସରକାରକୁ ଆସିଲେ ଚିଟଫଣ୍ଡରେ ସମ୍ପୃକ୍ତ ସମସ୍ତଙ୍କୁ ଜେଲ ପଠାଇବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଛୋଟ ଦାନବ ସରୋଜ ସାହୁ କିଏ , ସିଏ କେଉଁଠାରେ ରହେ , ତାଙ୍କୁ ସିବିଆଇ କଣ ପାଇଁ ଜେରା କରିଥିଲା । ତାହା ସହ ନବୀନ ବାବୁଙ୍କର କଣ ସମ୍ପର୍କ ରହିଛି ଏହା ଉପରେ ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।
ଗଞ୍ଜାମ ଜିଲ୍ଲାର ବୁଗୁଡା ଓ ପାତ୍ରପୁର ଠାରେ ଆୟୋଜିତ ଜବାବ ମାଗୁଛି ଓଡିଶା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ
ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଓଡିଶାରେ ଯୁବକଙ୍କୁ ଚାକିରୀ ନାହିଁ , ଚାଷକୁ ଜଳସେଚନ ନାହିଁ, ମା ଭଉଣୀ ମାନଙ୍କୁ
ପିଇବା ପାଣି ମିଳୁନି, ଗାଁ ଗଣ୍ଡାରେ ୨୪ ଘଂଟିଆ ବିଜୁଳି ସେବା ନାହିଁ , ଦୁର୍ନୀତି ରାଜ୍ୟରେ ଚରମସୀମାରେ ପହଁଚିଥିବା ବେଳେ ମୁଖ୍ୟମନ୍ତ୍ରୀ ଆପଣ ମାନେ ଖୁସି ତ ବୋଲି କହି ବୁଲୁଛନ୍ତି । ଆପଣ ଖୁସି ଥାଇ ପାରନ୍ତି, ତେବ ୧୯ ବର୍ଷ ଧରି ଓଡିଶାର ଲୋକଙ୍କୁ ହିନସ୍ତା ମଧ୍ୟରେ ରଖିଥିବା ସରକାରଙ୍କୁ ଏଥିଲାଗି ଜବାବ ଦେବାକୁ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ୧୯ ବର୍ଷ ସରକାରର ରହିବା ପରେ ବାହାଘର ବେଳେ ବାଇଗଣ ରୁଆ ପରି ଏବେ ସୁନେଲୀ ସ୍ୱପ୍ନ ଦେଖାଯାଉଛି । ଏ ଅପାରଗ ଓ ସ୍ଥାଣୁ ସରକାରଙ୍କୁ ଋଷିକୂଲ୍ୟା ଦେଇ ସମୁଦ୍ରକୁ ପଠାଇବାର ସମୟ ଆସିଯାଇଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାଜ୍ୟ ଶାସନରେ ରହିଥିବା ବିଜେଡି ସରକାର ଅସାଧୁ ଠିକାଦାର ମାନଙ୍କ ସହ ମେଂଟ
କରିଛନ୍ତି । ବିଧାୟକଙ୍କ ଚେଲାଚପାତି ମାନଙ୍କୁ ହାତଗୁଞ୍ଜା ନଦେଲେ ବାର୍ଧକ୍ୟଭତା ମିଳୁନାହିଁ । ରାଜ୍ୟର ଲୋକମାନେ ହନ୍ତସନ୍ତ ଅବସ୍ଥାରେ ଥିବା ବେଳେ ନବୀନ ବାବୁ ଦାନବ ମାନଙ୍କର ମୁଖ୍ୟ ସଂରକ୍ଷକ ସାଜିଛନ୍ତି ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ମଣ୍ଡିରେ ଧାନ ବିକ୍ରୀ ହେଉନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀ ମାନଙ୍କ
ପାଇଁ କୁଇଟାଂଲ ପିଛା ବିନା କଟନୀ ଛଟନୀରେ ୧୭୫୦ ଟଙ୍କା ଦେଉଥିବା ବେଳେ ରାଜ୍ୟରେ ଚାଷୀ ତାର ହକ୍
ପାଉନାହିଁ । ହେଲେ ମନ୍ତ୍ରୀ ସୂର୍ଯ୍ୟପାତ୍ର କହୁଛନ୍ତି ପ୍ରମାଣ ଦେଲେ ସେ ରାଜନୀତିରୁ ସନ୍ୟାସ ନେବେ ବୋଲି କହୁଛନ୍ତି
ଏବେ ତାଙ୍କର ଅସଲମୁଖା ପଦାରେ ପଡିଛି । ଏଥର ସୂର୍ଯ୍ୟପାତ୍ର ଓ ତାଙ୍କର ମାଲିକ ମାନଙ୍କୁ ସନ୍ୟାସ ନେବାକୁ ପଡିବ ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଏହି ଜିଲାରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ଉଷାଦେବୀ, ବିକ୍ରମ ଆରୁଖ, ସୂର୍ଯ୍ୟପାତ୍ରଙ୍କ
ପରି ୪-୪ ଜଣ ମନ୍ତ୍ରୀ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିଜ ଘରୋଇ ଜିଲ୍ଲାରେ ଆଜି ବିକାଶ ଦିଗହରା ପାଲଟିଛି । ଜିଲାର ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ୬୨ ପ୍ରତିଶତ ଡାକ୍ତର ପଦବୀ ଜିଲାରେ ଖାଲି ପଡିଛି । ମୁଖ୍ୟମନ୍ତ୍ରୀଙ୍କୁ
ଏହି ସବୁର ଜବାବ ଦେବାକୁ ପଡିବ ।
ଦୁର୍ନୀତି ରାଜ୍ୟରେ ଚରମସୀମାରେ ପହଁଚିଥିବା ବେଳେ ମୁଖ୍ୟମନ୍ତ୍ରୀ ଆପଣ ମାନେ ଖୁସି ତ ବୋଲି କହି
ବୁଲୁଛନ୍ତି
ରାଜ୍ୟ ଶାସନରେ ରହିଥିବା ବିଜେଡି ସରକାର ଅସାଧୁ ଠିକାଦାର ମାନଙ୍କ ସହ ମେଂଟ କରିଛନ୍ତି
ବିଧାୟକଙ୍କ ଚେଲାଚପାତି ମାନଙ୍କୁ ହାତଗୁଞ୍ଜା ନଦେଲେ ବାର୍ଧକ୍ୟଭତା ମିଳୁନାହିଁ
ଏଥର ସୂର୍ଯ୍ୟପାତ୍ର ଓ ତାଙ୍କର ମାଲିକ ମାନଙ୍କୁ ସନ୍ୟାସ ନେବାକୁ ପଡିବ
୧୯ ବର୍ଷ ସରକାରର ରହିବା ପରେ ବାହାଘର ବେଳେ ବାଇଗଣ ରୁଆ ପରି ଏବେ ସୁନେଲୀ ସ୍ୱପ୍ନ
ଦେଖାଉଛନ୍ତି ବିଜେଡି ସରକାର
ମୁଖ୍ୟମନ୍ତ୍ରୀଙ୍କ ନିଜ ଘରୋଇ ଜିଲ୍ଲାରେ ଆଜି ବିକାଶ ଦିଗହରା ପାଲଟିଛି
ଗଞ୍ଜାମ ଜିଲ୍ଲାରେ ୬୨ ପ୍ରତିଶତ ଡାକ୍ତର ନାହାନ୍ତି
ଏ ଅପାରଗ ଓ ସ୍ଥାଣୁ ସରକାରଙ୍କୁ ଋଷିକକୂଲ୍ୟା ଦେଇ ସମୁଦ୍ରକୁ ପଠାଇବାର ସମୟ ଆସିଯାଇଛି
ଭାରତବର୍ଷର ୬୦୦ଟି ଜିଲ୍ଲାରେ ଶିଶୁଙ୍କ ଅବସ୍ଥା ତୁଳନାରେ ମୁଖ୍ୟମନ୍ତ୍ରଙ୍କ ନିଜ ଜିଲ୍ଲା ର ତାଲିକା ନମ୍ବର
ରହିଛି ୪୦୮
ଶ୍ରୀ ପ୍ରଧାନ କହିଛନ୍ତି ବୁଢା, ବାପା ମା, ସ୍ତ୍ରୀ, ପିଲା ଛୁଅ. ସାଙ୍ଗକୁ ଛାଡି ଗଞ୍ଜାମର ଯୁବକ ସୁରଟକୁ ଯାଉଛନ୍ତି ।
ସେଠାରେ କାମ କରି ସୁରଟର ଅର୍ଥନୀତିକୁ ସୁଦୃଢ କରୁଛନ୍ତି । ଓଡିଶାରେ କାମ ନମିଳିବାରୁ ସେମାନେ ସୁରଟ ଯାଇ
ସେଠାକାର ଅର୍ଥନୀତିକୁ ଟାଣ କରୁଛନ୍ତି । ଯଦି ଗଞ୍ଜାମର ଭଂଜନଗର, ଆସ୍କାରେ ରୋଜଗାର ମିଳିବ ତେବେ
ଗଞ୍ଜାମର ଜିଲ୍ଲାର ପରିଶ୍ରମୀ ଲୋକେ ଗୁଜୁରାଟ ଯାଇନଥାନ୍ତେ । ଏଠାରେ ରୋଜଗାର ମିଳିଲେ ସେମାନଙ୍କ ପରିଶ୍ରମ
ଦ୍ୱାରା ଓଡିଶାର ଅର୍ଥନୀତି ସୁଦୃଢ ହୋଇପାରିଥାନ୍ତା । ହେଲେ ସରକାର ତାହା କରୁନାହାନ୍ତି । ଏଠିକାର ବିଧାୟକ
ମାନେ ୭/୮ ଥର ଗୁଜୁରାଟରେ କ୍ୟାମ୍ପ କରୁଛନ୍ତି । ଭୋଟ ପାଇବା ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସୁରଟ
ଯାଇଥିଲେ ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହିଂସା କରି ଓଡିଶାରେ
ଆୟୁଷ୍ମାନ ଭାରତ ଯୋଜନା ଲାଗୁ କଲେ ନାହିଁ । ଏବେ ସୁରଟରେ କାମ କରୁଥିବା ଗରୀବ ଲୋକମାନେ
ସେଠାକାର କେଉଁ ହସ୍ପିଟାଲରେ ଚିକିତ୍ସିତ ହେବେ ତା’ର ଉତର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଛି କି ବୋଲି ଶ୍ରୀ ପ୍ରଧାନ
ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ।
ଗଞ୍ଜାମ ଜିଲା ଚଷାଚାଷୀ ଅଂଚଳ ହୋଇଥିବା ବେଳେ ଏହି ଜିଲାରେ ମେଗା ଜଳସେଚନ ପ୍ରକଳ୍ପ ନାହିଁ, ଚାଷ ଜମି
ପାଇଁ ବିଜୁଳି ଶସ୍ତାରେ ମିଳୁନାହିଁ । ଓଡିଶାର କୋଇଲାରେ ଅଧା ଭାରତ ଆଲୋକିତ ହୁଏ କିନ୍ତୁ ଏଠାରେ ଚାଷ
କରିବା ପାଇଁ ବିଦ୍୍ୟୁତ ନାହିଁ । ଚାଷ ଜମିକୁ ପାଣି ନାହିଁ, ପ୍ରତି ଘରକୁ ପାଇପରେ ମୁନ୍ଦେ ପିଇବା ଆସିନାହିଁ । ନବୀନ
ସରକାର ତୃତୀୟ ମହଲାରେ ବସି କହୁଛନ୍ତି ମୁଁ ବାହାଘର ବେଳେ ବାଇଗଣ ରୋଇବି । ଯେ ୧୯ ବର୍ଷର ଶାସନ
କାଳରେ ଚାଷ ଜମିକୁ ପାଣି ଦେଇନି, ଘରକୁ ପାଣି ଟୋପେ ଦେଇନି, ବିଦ୍ୟୁତ ଯୋଗାଇନାହିଁ, ସେ ରାଜ୍ୟକୁ ୧
ନମ୍ବର କରିବା କଥା କହୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ସେହିପରି ରାଜ୍ୟ ସରକାର କହିଲେ ଅଙ୍ଗନବାଡି କର୍ମୀଙ୍କ ଦରମା ଦେଢ ହଜାର ଟଙ୍କା ବୃଦ୍ଧି କଲୁ । ଏହା ଦିନରେ
ଲଣ୍ଠନ ଦେଖାଇବା ଭଳି । ଶ୍ରୀ ପ୍ରଧାନ କହିଛନ୍ତି ଭାରତବର୍ଷର ୬୦୦ଟି ଜିଲ୍ଲାରେ ଶିଶୁଙ୍କ ଅବସ୍ଥା ତୁଳନାରେ
ମୁଖ୍ୟମନ୍ତ୍ର ଶେଷ୍ଠ ଜିଲ୍ଲା ର ତାଲିକା ନମ୍ବର ରହିଛି ୪୦୮ ।
ଶ୍ରୀ ପ୍ରଧାନ କହିଛନ୍ତି ମୁଖ୍ୟମନ୍ତ୍ରୀ ଲମ୍ବା ସମୟର ଜଳସେଚନ ବିଭାଗର ଦାୟିତ୍ୱରେ ରହିବା ପରେ ମଧ୍ୟ ଋଷିକଲ୍ୟା
ନଦୀର ପାଣିକୁ ରୋକି ପାରିଲେ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ନିଷ୍ଠା ଲୋକମାନଙ୍କ ପାଖରେ ନୁହେଁ ବରଂ ନିଜ ଅସାଧୁ
ଗୁମାସ୍ତାଙ୍କ ପାଖରେ । ଗତକାଲି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । କନ୍ଧମାଳରେ ଆଦିବାସୀ ଝିଅ ସରକାରୀ ସ୍କୁଲରେ ରହି ଏକ ସନ୍ତାନ ପ୍ରସବ କଲେ । ସରକାରୀ ଅଧିକାରୀ ମାନେ ତାକୁ ଜଙ୍ଗଲରେ ଛାଡି ଦେଇ ଆସିଲେ । ସ୍ଥାନୀୟ ଲୋକମାନେ ଏହି ଘଟଣାର ପ୍ରତିବାଦରେ ବିକ୍ଷୋଭ କଲେ । ଏହା ପରେ ତଳିଆଙ୍କୁ ମାର୍ ନୀତିରେ କେତେ ଜଣ
ଅଧିକରାରୀଙ୍କୁ ନିଲମ୍ବିତ କରାଗଲା । ୨୦୧୫ ମସିହାରୁ ଆଶ୍ରମ ସ୍କୁଲରେ ରହୁଥିବା ଝିଅ ମାନଙ୍କ ସ୍ୱାସ୍ଥ୍ୟ ଚିକିତ୍ସା
ହେବ ବୋଲି ନିୟମ ରହିଛି । ଯିଏ ବେବିନାର ଦୁଃଖ ଦେଖିପାରେ ନାହିଁ, କନ୍ଧମାଳର ଝିଅକୁ ଦେଖିପାରେ ନାହିଁ,
ସେହି ମୁଖ୍ୟମନ୍ତ୍ରୀ ଏବେ ପ୍ରଶ୍ନ ପଚାରୁଛନ୍ତି ମୋ ସରକାରରେ ଆପଣ ଖୁସି ତ ?
ଶ୍ରୀ ପ୍ରଧାନ କହିଛନ୍ତି ଓଡିଶାରେ ଜବାବ ମାଗୁଛି ଓଡିଶା ଅଭିଯାନକୁ ତୀବ୍ର କରିବାର ସମୟ ଆସିଛି । ଏ କୁମ୍ଭକର୍ଣ୍ଣ,
ଅପାରଗ, ସମ୍ବେଦନହୀନ, ସ୍ଥାଣୁ, ମିଛୁଆ ସରକାରକୁ ଜବାବ ମାଗିବା ଦରକାର । ୯୫୫୫୨୨୭୨୨୭ରେ କଲ
କରି ଜବାବ୍ ମାଗୁଛି ଓଡିଶା ଅଭିଯାନରେ ସାମିଲ ହୋଇ ଏ ସରକାରଙ୍କୁ ଜବାବ ମାଗିବା ପାଇଁ ସେ ଆହ୍ୱାନ
କରିଛନ୍ତି ।