ନୂଆଦିଲ୍ଲୀ: ଦେଶରେ ଏଲପିଜିର ଅଭାବ ରହିବ ରହିବ ନାହିଁ । ଏନେଇ ଦେଶବାସୀଙ୍କୁ ଆଶ୍ୱସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାରା ବିଶ୍ୱରେ କୋରୋନା କାୟା ବିସ୍ତାର କରିଥିବା ବେଳେ ଭାରତରେ ମଧ୍ୟ ଏହାର ପ୍ରଭାବ ଜାରି ରହିଛି । ତେବେ ଏଭଳି ଏକ ଘଡ଼ି ସନ୍ଧି ମୁହୂର୍ତ ରେ ଲୋକଙ୍କ ପାଖରେ ଏଲପିଜି ପହଂଚାଇବା ପାଇଁ କେନ୍ଦ୍ରମନ୍ତ୍ରୀ ସବୁ ପ୍ରକାର ପ୍ରଚେଷ୍ଟା ଜାରି ରଖିଛନ୍ତି ।
Had a video conference with HRH Prince Abdulaziz, Saudi Minister of Energy and Mr Amin Nasser, President & CEO @Saudi_Aramco. We discussed about the global oil market developments and on uninterrupted LPG supplies from Saudi Arabia to India.
— Dharmendra Pradhan (@dpradhanbjp) March 29, 2020
ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦି ଆରବର ରାଜା ତଥା ଶକ୍ତି ମନ୍ତ୍ରୀ ଅବଦୁଲ ଅଜିଜ୍ ଏବଂ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମିନ ନାସିରଙ୍କ ସହ ଭିଡିଓ କନଫରେନ୍ସିଂରେ ଏନେଇ ଆଲୋଚନା କରିଛନ୍ତି । ଏହି ସମୟରେ ବିଶ୍ୱ ତୈଳ ବଜାରର ଉନ୍ନତିକରଣ ଏବଂ ନିରବଚ୍ଛିନ ଏଲପିଜି ଯୋଗାଣ ସଂପର୍କରେ ଆଲୋଚନା ହୋଇଥିବା ନେଇ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର ।
ଏହାସହ ସାଉଦି ଆରବ ପ୍ରିନ୍ସ ଅବଦୁଲ ଅଜିଜ୍ ଆଗାମୀ ଦିନରେ ଏଲପିଜି ଚାହିଦା ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିବା ମଧ୍ୟ ଉଲ୍ଲେଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।