ବିଜେଡିକୁ ଅସାଧୁ ମେଣ୍ଟର ଆଡ୍ଡାସ୍ଥଳୀ : ଧର୍ମେନ୍ଦ୍ର

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡ଼ା ଗସ୍ତରେ ଯାଇ ସେଠାରେ କେନ୍ଦ୍ର ବିରୋଧରେ ବର୍ଷିବା ଓ ଝାରସୁଗୁଡ଼ାର ବିଧାୟକ ନବ କିଶୋର ଦାସଙ୍କୁ ବିଜେଡିରେ ମିଶାଇବା ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଡ଼ା ସମାଲୋଚନା କରିଛନ୍ତି । ସେ ଏ ନେଇ ବିଜେଡିକୁ ଅସାଧୁ ମେଣ୍ଟର ଆଡ୍ଡାସ୍ଥଳୀ ବୋଲି କଟାକ୍ଷ କରିଛନ୍ତି । ପଶ୍ଚିମ ଓଡ଼ିଶାର ବିକାଶ କଥା କହି ଲୋକଙ୍କୁ ଧୋକା ଦେବାକୁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରିଥିବା କଥା ସେ କହିଛନ୍ତି ।
ଧର୍ମେନ୍ଦ୍ର କହିଛନ୍ତି ଅସାଧୁ ଲୋକମାନଙ୍କର ମେଂଟ ଉଦ୍ଦେଶ୍ୟରେ ଏସବୁ କାର‌୍ୟ୍ୟ କରାଯାଉଛି । ତାଙ୍କୁ ଅସାଧୁ କାମ କରିବା ପାଇଁ ଶୁଭେଚ୍ଛା । ସେ ପଶ୍ଚିମ ଓଡ଼ିଶା ବିକାଶକୁ ଟାର୍ଗେଟ କରି ନାହାଁନ୍ତି ବରଂ ପଶ୍ଚିମ ଓଡ଼ିଶାକୁ ଗରିବ କରିବା ପାଇଁ ଏବଂ ପଶ୍ଚିମ ଓଡ଼ିଶାର ଯୁବକମାନଙ୍କୁ ଧୋକାଦେବା ପାଇଁ ଏପରି କରିଛନ୍ତି । ଓଡ଼ିଶାର ମା’ ଭଉଣୀମାନଙ୍କୁ ଅତ୍ୟାଚାର କରିବାରେ ଲାଗିଛନ୍ତି । ସେ ଯେତେଦିନ ଅପଚେଷ୍ଟା କରିବା କଥା କରନ୍ତୁ ବୋଲି କେନ୍ଦ୍ର୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Comments (0)
Add Comment