ପାର୍ଟନରଙ୍କ ସହ ସେୟାର କରନ୍ତୁନି ଏମିତି ୫ସତ,ବିଗିଡି ପାରେ ସଂପର୍କ

ସଂପର୍କ ବିଶ୍ୱାସ,ଭରସା ଆଉ ସତ୍ୟତା ଉପରେ ଗଢା ହୁଏ । ଏମିତିବି ନିଜ ଲୋକଙ୍କ ପାଖରେ ମିଛ କହିଲେ ମଣିଷ ଅଡୁଆରେ ପଡେ । ହେଲେ ସଂପର୍କ ଭଲ ରଖିବାକୁ ହେଲେଲ ବେଳେ ବେଳେ କିଛିଟା କଥା ଲୁଚେଇବାକୁ ବି ପଡେ । ର୍ଖାସ କରି ଆପଣ ନୂଆ ନୂଆ ହାତ ଧରିଥିବା ଲାଇଫ ପାର୍ଟନରଙ୍କ ସହ ଏମିତି କିଛି କଥା ଲୁଚେଇବା ଦରକାର ଯାହା ଆପଣଙ୍କ ସଂପର୍କୁ ବଳ ରଖିବାରେ ସହଜ ହୋଇଥାଏ । କାହିଁକି ନା ଏମିତି କିଛି କଥା ଅଛି ଯେଉଁ କଥାକୁ ଆପଣ ଆପଣଙ୍କ ପାର୍ଟନରଙ୍କ ସହ ଯଦି ସେୟାର କରିବେବ ତେବେ ସଂପର୍କ ବିଗିଡି ପାରେ । ଯଦି ଆପଣଙ୍କ ସଂପର୍କ ନୂଆ ନୂଆ ତେବେ ତ ଏସବୁ କଥା ଆଦୌ ସେୟାର କରନ୍ତୁ ନାହିଁ ।

ପୁରୁଣା ସଂପର୍କ: ଅନେକ ସମୟରେ ପାର୍ଟନରଙ୍କ ପାଖରେ ଭରସା ଜନ୍ମାଇବାକୁ ନୂଆ ନୂଆ ପାର୍ଟନରଙ୍କ ଇଛା ଥାଏ । ଏମିତି କରିବା ଭଳ କଥା । ହେଲେ ଯଦି ଆପଣଙ୍କର ଏହା ପୂର୍ବରୁ କାହା ସହ ସଂପର୍କ ଥିଲା ତେବେ ତାହା ଆଦୈ ଜଣାନ୍ତୁନି । କାହିଁକି ନା ଏହା ଆପଣଙ୍କ ସଂପର୍କ ଖରାପ କରିପାରେ । ଆପଣ ପାର୍ଟନରଙ୍କ ଭରସା ପାଇଁ ପ୍ରଥମ ଦିନରୁ ପୁରୁଣା କଥା କହି ଆପଣ ଭାବୁଥିବେ ସେ ଆପଣଙ୍କୁ ଭରସା ଓ ବିଶ୍ୱାସକୁ ନେବେ ,ହେଲେ ତାହା ହେବନି କାହିଁକି ନା ସେ ଆପଣଙ୍କୁ ଭଲ ଭାବରେ ବୁଝି ନଥିବେ କି ଜାଣି ନଥିବେ । ତେଣୁ ଏହି କଥା ତାଙ୍କ ମନରେ ସନ୍ଦେହ ସୃଷ୍ଟି କରିବ ଓ ଆପଣଙ୍କ ସଂପର୍କ ପ୍ରଥମ ଦିନରୁ ବିଗିଡିବା ଆରମ୍ଭ କରିବ ।

ସମସ୍ୟା କୁହନ୍ତୁନି : ନୂଆ ନୂଆ ସଂପର୍କ ଆରମ୍ଭରୁ ଏନେକ ନିଜ ପାର୍ଟନଙ୍କ ସହ ଭାବ ପ୍ରବଣ ହୋଇ ( ଇମୋସନାଲ) ବହୁତ କଥା କହି ପକାନ୍ତି । ଏମିତିକି ପାର୍ଟନରଙ୍କ ଆଗରେ ତାଙ୍କର ପରିବାର ଓ ସାଙ୍ଗ ମାନଙ୍କ ସହ ଥିବା ସଂପର୍କ ଖୋଲି ଦିଅନ୍ତି । ହେ

ଲେ ଏମିତି କଲେ ଅନେକ ସମୟରେ ପାର୍ଟନର ମାନେ ଭୁଲ ଭାବନ୍ତି । ତେଣୁ ପାର୍ଟନଙ୍କୁ ଭଳ ଭାବେ ନବୁଝି ତାଙ୍କ ମେଣ୍ଟାଲିଟି ଷ୍ଟଡି ନକରି ଏମିତି ସମସ୍ୟା କଥଆ ସେୟାର କରନ୍ତୁନି ।

ସୋସିଆଲ ମିଡିଆ ପାସୱାଡ ଦିଅନ୍ତୁନି : ପ୍ରଥମ ଦିନରୁ ଆପଣ ଅଧିକ ଉତ୍ସାହିତ ହୋଇ ଆପଣଙ୍କ ମୋବାଇଲ ଫୋନର ପାସୱାଡ ଓ ଫେସବୁକ, ହ୍ୱାଟସ ଆପ ପରି ସୋସିଆଲ ମିଡିଆର ପାସୱାଡ ଦିଅନ୍ତୁନି । କାହିଖି ନା ଏଥିରେ ଥାବା ଚାର୍ଟ ଓ ଫଟୋ

ଆପଣଙ୍କ ପାର୍ଟନରଙ୍କ ଇର୍‍ଶାର କାରଣ ହୋଇପାରେ । ଏଫଟୋ କାହା ସହ ଉଠାଇଛ ଷକାହିକି ସେଠାକୁ ଯାଇଥିଲ,ତାଙ୍କ ସହ ତମର କେବେଠୁ ଜଣାଶୁଣଆ,ସେ ତମର କେମିତି ସାଙ୍କ ଆଦି ଅନେକ ପ୍ରଶ୍ନକୁ ନେଇ ଆପଣଙ୍କ ଭିତରେ ଝଗଡା ଲାଗିପାରେ । ତେଣୁ ସଂପର୍କ ନିବିଡ ହେବା ପରେ ହିଁ ଆପଣ ଏହା ସେୟାର କଲେ ଭଲ ।

ଆର୍ଥିକ ସମସ୍ୟା : ପ୍ରଥମ ଦିନରୁ ଆପଣ ଆପଣଙ୍କ ପାର୍ଟନରଙ୍କ ଆଗରେ ଟଙ୍କା ପଇସା କଥା ଆଦୌ ଉଠାନ୍ତୁନି । ଏମିତିକି ଆପଣଙ୍କ ବ୍‍ୟାଙ୍କ ଆକାଉଣ୍ଟ ଅଛି କି ନାହିଁ ଷକେତେ ବ୍ୟାଙ୍କ ବାଲାନ୍ସ ଅଛି । କାହାକୁ କେତେ ଟଙ୍କା ଦେଇଛନ୍ତି ବା କାହାଠୁ କେତେ ଆଣିଛନ୍ତି ତାହା କୁହନ୍ତୁନି । କାହିଁକି ନା ଅର୍ଥ ହିଁ ଅନର୍ଥର କାରଣ ହୋଇପାରେ । ଏହାକୁ ନେଇ ଦୁହିଁଙ୍କ ଭିତରେ ସମସ୍ୟା ଆସିପାରେ । ତେଣୁ ଏସବୁ କଥାକୁ ସେୟାର କରିବା ପାଇଁ ସଂପର୍କର ନିବିଡିତକୁ ଅପେକ୍ଷା କରନ୍ତୁ । ପରସ୍ପରକୁ ଭଲରେ ବୁଝନ୍ତୁ ତାହା ପରେ ଏମିତି ସତ ସେୟାର କରନ୍ତୁ ।

ଦୁର୍ବଳତା ସେୟାର କରନ୍ତୁ ନାହିଁ : ପ୍ରଥମ ଦିନରୁ ଆପଣଙ୍କ ଦୁର୍ବଳତା ଯେମିତି ଆପଣଙ୍କ ପାର୍ଟନର ଜାଣି ନପାରନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଏମିତି କଥା ସେୟାର କରିବା ଦ୍ୱାରା ସେ ଆପଣଙ୍କ ଦୁର୍ବଳତାର ଫାଇଦା ଉଠାଇବାକୁ ଚେଷ୍ଟା କରି ପାରନ୍ତି । ତେଣୁ ଏଭଳି ସତ ପ୍ରଥମରୁ ସେୟାର କରିବା ଦରକାର ନାହିଁ । ଏମିତି ବି ଦୁହେଁ ମିଶି ଚଳିଲେ ପରସ୍ପରର ଦୁର୍ବଳତା କଣ ଓ ଷ୍ଟ୍ରେନ୍ଥ୍‍ କଣ ଦାହା ଜଣା ପଡିବ ।

Comments (0)
Add Comment