କୂଅରେ ପଡିଗଲା ନାବାଳକ ସାଙ୍ଗ, ଉଦ୍ଧାର ପାଇଁ ଡେଇଁପଡି ସାଙ୍ଗ ବି ଦେଲା ଜୀବନ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ବଡ଼କୁମୁଲି ଗାଁ ରେ ଘଟିଛି ଅଘଟଣ । ଗାଁ ର ଦୁଇ ନାବାଳକ କୂଅରେ ପଡି ମୃତ୍ୟୁବରଣ କରିଛନ୍ତି । ଆଜି ଗ୍ରାମର ଚାରି ଜଣ ନାବାଳକ ସ୍କୁଲ ସାରି ଏକ ଚାଷ ଉଦେଶ୍ୟରେ ଖୋଳା ଯାଇଥିବା କୁଅଁ  ନିକଟକୁ ଗାଧୋଇବାକୁ ଯାଇଥିଲେ । ପ୍ରଥମେ ଦୁଇ ଜଣ ନାବାଳକ କୂଅ ପାଣି ଭିତରକୁ ଡେଇଁ ଥିଲେ । ଅନ୍ୟ ଦୁଇ ସାଙ୍ଗ ବାହାରେ ଅପେକ୍ଷା କରିଥିଲେ । ସେମାନେ ବାହାର କୁ ବାହାରିବାରେ ବିଳମ୍ବ ହେବାରୁ ଦୁଇ ଜଣ ସାଙ୍ଗ ବାହାରକୁ ବାହାରି ପାଇଁ ସେମାନଙ୍କୁ କହିଥିଲେ କିନ୍ତୁ ସେମାନେ ବାହାରକୁ ଆସି ନଥିଲେ ତେଣୁ ସେମାନେ ଯାଇ ଗ୍ରାମର ଲୋକଙ୍କୁ ଖବର ଦେଇଥିଲେ । ଲୋକେ ଆସିବା ବେଳେ ଦୁଇ ନାବାଳକ ମାଟି କୁଅଁ ରେ ଗାଧୋଇବା ବେଳେ କୁଅଁ ମାଟି ରେ ଧସି ସେମାନେ ସେହି କୁଅଁ ମଧ୍ୟରେ ହିଁ ମୃତ୍ୟୁ ବରଣ କରିଥିଲେ । ତଥାପି ଲୋକେ ଦୁଇ ନାବାଳକକୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ କିନ୍ତୁ ଡକ୍ଟର ସେଠାରେ ସେମାନଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ମୃତକ ଦୁଇ ଜଣ ହେଲେ ପ୍ରଭାତ ହରିଜନ ଓ ଜୟନ୍ତ ହରିଜନ । ଘଟଣା ସ୍ଥଳକୁ ନବରଙ୍ଗପୁର ତହସିଲଦାର ପହଞ୍ଚି ରିଲିଫ କୋଡ଼ ଅନୁସାରେ  ଆବଶ୍ୟକ ସହାୟତା ଯୋଗାଇଦେବା ନେଇ ସୂଚନା ଦେଇଛନ୍ତି ।

Comments (0)
Add Comment