ଜାକର୍ତା : ଏସିଆନ ଗେମ୍ସର ଦୁଇ ଶହ ମିଟର ରନରେ ଓଡିଆ ଝିଅ ଦୂତି ଚାନ୍ଦ ଫାଇନାଲରେ ପ୍ରବେଶ କରିଛନ୍ତି । ଆଜି ୨ଶହ ମିଟର ରନର ସେମିଫାଇନାଲରେ ଦୂତି ପ୍ରଥମ ହୋଇ ଫାଇନାଲକୁ ଚାଇଛନ୍ତି । ୬ ନମ୍ବର ଲେନରେ ଦୈଡୁଥିବା ଦୂତି ସେମିଫାଇନାଲର ଦୁଇ ଶହ ମିଟରକୁ ୨୩ ସେକେଣ୍ଡରେ ଫିନିସ କରିଛନ୍ତି । ତେବେ ଏହି ଏଭେଣ୍ଟରେ ୨୧.୪ ଓ୍ବାଲଡ୍ଡ ରେକଡ ରହିଛି । ତେବେ ଦୂତିଙ୍କ ବଡି ଲାଙ୍ଗୁଏଜ ପଜଟିଭ ରହିଥିବା ଜଣା ପଡୁଛି । ତେଣୁ ୨ଶହ ମିଟରେ ଦୂତି ପଦକ ହାତେଇବା ଆଶା କରାଯାଉଛି । ପୂର୍ବରୁ ୧୦୦ ମିଟର ହିଟରେ ରୈପ୍ୟ ହାତେଇଛନ୍ତି ଦୂତି ।ଆସନ୍ତା କାଲି ୨ ଶହ ମିଟର ଫାଇନାଲ ହେବ ।