ଭୁବନେଶ୍ବର : ୨୦୧୯ ପୂର୍ବରୁ ଆଗୁଆ ନିର୍ବାଚନ ହେବା ନେଇ ଆଭାସ । ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି ଏହି ଆଭାସ ଦେଉଛି । ନିର୍ବାଚନ ପ୍ରସ୍ତୁତି ଲାଗି ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ ହେବ ତାର ଆକଳନ କରିବା, ଉତ୍ତେଜନା ଓ ଅତି ଉତ୍ତେଜନା ପ୍ରବଣ ବୁଥ ଚିହ୍ନଟ କରିବା ସହ ଇଭିଏମ ଓ ଭିଭିପାଟ୍ ମେସିନ ରଖିବା ଲାଗି ଷ୍ଟ୍ରଙ୍ଗ ରୁମ୍ ନିର୍ମାଣ ସଂପର୍କରେ ଜଣାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ସେପଟେ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି ଖବର ରାଜନୈତିକ ଦଳ ଗୁଡିକୁ ଅଧିକ ଆକ୍ଟିଭ କରିଛି । ଯଦି ଆଗୁଆ ନିର୍ବାଚନ ହୁଏ ତେବେ ପ୍ରମୁଖ ରାଜନୈତିକ ଦଳଗୁଡିକ ପ୍ରସ୍ତୁତ ଥିବା କହିଛନ୍ତି ।
୨୦୧୯ ପୂର୍ବରୁ ନିର୍ବାଚନର ଆଭାସ । ସାଧାରଣ ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ ଅଧିକାରୀ ଆରମ୍ଭ କରିଛନ୍ତି ପ୍ରସ୍ତୁତି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଭୋଟ ଲାଗି ପ୍ରସ୍ତୁତ ହେବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ସାଧାରଣ ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚହେବ । ପରିବହନ ବ୍ୟବସ୍ଥା, କଣ ହେବ,କେତେ କର୍ମଚାରୀଙ୍କୁ ନିୟୋଜିତ କରାଯିବ ସେନେଇ ଆକଳନ କରିବାକୁ ନିର୍ଦେଶ ଦେଇଛନ୍ତି ନିର୍ବାଚନ ଅଧିକାରୀ । ଜିଲ୍ଲାର ଉତ୍ତେଜନା ଓ ଅତି ଉତ୍ତେଜନା ପ୍ରବଣ ବୁଥ ଚିହ୍ନଟ କରିବା ସହ ଇଭିଏମ ଓ ଭିଭିପାଟ୍ ମେସିନ ରଖିବା ଲାଗି ଷ୍ଟ୍ରଙ୍ଗ ରୁମ୍ ନିର୍ମାଣ ସଂପର୍କରେ ଜଣାଇବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ନିର୍ବାଚନ ଲାଗି ପ୍ରସ୍ତୁତ ହେବାକୁ ନିର୍ବାଚନ କମିଶନଙ୍କ ନିର୍ଦେଶ ଅନୁସାରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ।
ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତିକୁ ଦେଖି ରାଜ୍ୟର ରାଜନୈତିକ ଆକ୍ଟିଭିଟି ବି ବଢିବଢି ଚାଲିଛି । ଯଦି ଆଗୁଆ ନିର୍ବାଚନ ହୁଏ ସେଥିଲାଗି ସବୁ ରାଜନୈତିକ ଦଳ ପ୍ରସ୍ତୁତି ଥିବା କହିଛନ୍ତି । ରାଜ୍ୟରେ ନିର୍ବାଚନ ୨୦୧୯ରେ ହେବ କି ତା ଆଗରୁ ହେବ ତାହ ଘୋଷଣା ପରେ ହିଁ ଜଣା ପଡିବ । ହେଲେ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି ରାଜ୍ୟର ରାଜନୈତିକ ବାତାବରଣକୁ ଆହୁରୀ ସରଗରମ କରିବ ।