ଭୁବନେଶ୍ୱର : ଆଖି କଥା କୁହେ । ଓଠର ଶଦ୍ଧରେ ନକହିଲେ ବି ଆଖିର ଭାଷାରୁ ଅନେକ କିଛି ବୁଝାପଡେ । ଆଉ ମନର କଥା କହିବାରେ ଆଖିକୁ ହିଁ ସବୁଠୁ ବଡ ଆଉ ଭଲ ମାଧ୍ୟମ ବୋଲି ଧରାଯାଏ । ଆଖି କହିଦିଏ କା ପାଇଁ କା ମନରେ କଣ ଅଛି । ନିକଟରେ ଏକ ଗବେଷଣାରୁ ଜଣା ପଡିଛି ଯେ, ମଣିଷର ବ୍ୟକ୍ତିତ୍ୱ କିପରି ହୋଇଥିବା ତାହା ଆଖିର ଭାଷାରୁ ହିଁ ବୁଝା ପଡିବ । ଲୋକଙ୍କ ।ଖିହିଁ କହିବ ସେମାନେ ବାସ୍ତବ ଜୀବନରେ କିପରି । କେତେ ମେଳାପି,କେତେ ସଚ୍ଚୋଟ । ଏସବୁ ଆଖିର ଗତି ଓଚଳନରୁ ଜଣାପଡିବ । ଏସବୁ ଗବେ,ଣାରୁ ପ୍ରମାଣଇତ ହୋଇଛି ।
ଦକ୍ଷିଣ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ବ୍ୟକ୍ତିତ୍ୱ ଏବଂ ଆଖିର ଚଳନ ମଧ୍ୟରେ ସମ୍ୱନ୍ଧ ଥିବା ଜଣାଇବା ପାଇଁ ଗୋଟିଏ ଅତ୍ୟାଧୁନିକ ‘ମେସିନ୍- ଲର୍ଣ୍ଣିଙ୍ଗ୍ ଏଲ୍ଗୋରିଦମ୍ ସଫ୍ଟୱେୟାର୍’ର ଉପଯୋଗ କରିଛନ୍ତି। ଗବେଷଣାରୁ ଜଣାପଡ଼ିଛି, ଲୋକଙ୍କ
ଗବେଷକମାନେ ୪୨ଜଣ ବ୍ୟକ୍ତିଙ୍କ ଆଖିର ଗତିବିଧିକୁ ଲକ୍ଷ୍ୟ କରିଥିଲେ। ଏଥିପାଇଁ ସେମାନେ କିଛି ବିଶ୍ୱବିଦ୍ୟାଳୟ ପରିସରରେ ପ୍ରତିଦିନ ସର୍ଭେ କରିଥିଲେ ଏବଂ ପରେ ଗବେଷଣା କରି ଏହାର ମୂଲ୍ୟାୟନ କରିଥିଲେ। ଦକ୍ଷିଣ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟର ଡାକ୍ତର ଟୋବିୟାସ୍ ଲୋଏଟ୍ଚର୍ଙ୍କ କହିବା ଅନୁସାରେ ଲୋକମାନେ ସର୍ବଦା ବ୍ୟକ୍ତିଗତ ସେବାକୁ ଖୋଜିଥାଆନ୍ତି। ବର୍ତ୍ତମାନର କମ୍ପ୍ୟୁଟର୍ ଏବଂ ରୋବୋଟ୍ ଏହି ସବୁ ସେବା ଦେବା ପାଇଁ ସାମାଜିକ ଭାବେ ପ୍ରସ୍ତୁତ ହୋଇ ପାରିନାହାନ୍ତି। ଏହି ଆଧୁନିକ ଯନ୍ତ୍ରଗୁଡ଼ିକ ଦକ୍ଷ,କିନ୍ତୁ ଆଖି ପରି ସଙ୍କେତ ଦେବାରେ ଅସମର୍ଥ। ଡାକ୍ତର ଲୋଏଟ୍ଚର୍ ଆହୁରି ମଧ୍ୟ କହିଛନ୍ତି, ଏହି ଗବେଷଣାରୁ ଜଣାପଡ଼ିଛି ଯେ, ମଣିଷ ଜୀବନରେ ଆଖିର ଗତିବିଧି ମହତ୍ତ୍ୱପୂର୍ଣ୍ଣ ସଙ୍କେତ ପ୍ରଦାନ କରିଥାଏ। ‘ଫ୍ରଣ୍ଟିୟର୍ସ ଇନ୍ ହ୍ୟୁମାନ୍ ନ୍ୟୁରୋସାଇନ୍ସ୍’(Frontiers in Human Neuroscience) ଜର୍ଣ୍ଣାଲ୍ରେ ଏହି ଗବେଷଣାର ରିପୋର୍ଟ ପ୍ରକାଶ ପାଇଛି।
ଏମିତି ଗବେଷଣା ଆସିବା ପରେ ଆପଣ କାହା ସହ କେମିତି ସଂପର୍କ ରଖିବେ କାହାର ବ୍ୟକ୍ତିତ୍ୱ କଣ ଓ କିପରି ହୋିଥିବା ତାହା ଆଖିରୁ ଜାଣିବା ସହଜ ହେବ ଓ ଆପଣ ଆପଣଙ୍କ ପ୍ରିୟ ମଣିଷ ଖୋଜିବାରେ ଅଡୁଆରେ ପଡିବେନି କି ବିଶ୍ୱାସ ହରାଇବେନି ।