କୃଷି ଋଣ ଛାଡ, ଫସଲ କ୍ଷତି ପାଇଁ ସହାୟତା, ଉତ୍ପାଦିତ ଫସଲର ସହାୟକ ମୂଲ୍ୟ ପ୍ରଦାନ ଓ ଏମ୍, ଏସ୍ . ସ୍ଵାମୀନାଥନ କମିଶନ ରିପୋର୍ଟକୁ କାର୍ଯ୍ୟକାରୀ ଦାବିରେ ଜାରି ରହିଛି ଆନ୍ଦୋଳନ । ୮ ଟି ରାଜ୍ୟରେ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଚାଷୀମାନେ ଜୁନ୍ ୧ ତାରିଖରୁ ୧୦ ଦିନିଆ ଧର୍ମଘଟ କରୁଛନ୍ତି । ୧୩୦ ଟି ଚାଷୀ ସଙ୍ଗଠନ ଏହି ଆନ୍ଦୋଳନରେ ସାମିଲା ହୋଇଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ଚାଷୀମାନେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ଜାରି ରଖାଯାଇଛି । ତେବେ ଲୁଧିଆନା ସମେତ ଅନ୍ୟ କେତେକ ସ୍ଥାନରେ ଆନ୍ଦୋଳନରତ ଚାଷୀଙ୍କ ସହ ଦୁଗ୍ଧ ଚାଷୀଙ୍କର ସଂଘର୍ଷ ଘଟିଛି । ଚାଷୀଙ୍କର ଏହି ରାଜନୈତିକ ଦଳ ସମର୍ଥନ କରିଛନ୍ତି । ଚାଷୀମାନେ ଆସନ୍ତା ୧୦ ତାରିଖରେ ଭାରତ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ।