ଲକ୍ଷ୍ନୌ: ଉତର ପ୍ରଦେଶର ଫରୁଖାବାଦରେ ଗୋଟିଏ ଘରେ ଜଣେ ବ୍ୟକ୍ତି ୧୫ ଶିଶୁଙ୍କ ସମେତ କିଛି ମହିଳାଙ୍କୁ ବନ୍ଦୀ କରି ରଖିଥିବା ନେଇ ସୂଚନା ମିଳିଛି । ମହିଳା ଓ ଶିଶୁଙ୍କୁ ବନ୍ଦୀ କରି ରଖିଥିବା ଅଭିଯୁକ୍ତ ନିଶାଗ୍ରସ୍ତ ଥିବା ଜଣା ପଡିଛି । ଶିଶୁଙ୍କୁ ବଂଚାଇବାକୁ ଯାଇଥିବା ଗ୍ରାମବାସୀଙ୍କୁ ବ୍ୟକ୍ତି ଜଣକ ଧମକ ଦେବା ପରେ ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ମଧ୍ୟ ବ୍ୟକ୍ତି ଜଣକ କବଳରୁ ମହିଳା ଓ ଶିଶୁଙ୍କୁବଂଚାଇବାରେ ବିଫଳ ରହିଛି ।
ପୋଲିସର ବିଫଳତା ପରେ ମହିଳା ଓ ଶିଶୁଙ୍କୁ ବଂଚାଇବା ପାଇଁ ଏଟିଏସର କମାଣ୍ଡୋଙ୍କୁ ଫାରୁଖାବାଦ ପଠାଯାଇଛି । ବ୍ୟକ୍ତି ଜଣକ ଘର ମଧ୍ୟରୁ ଗୁଳି କରୁଥିବା ବେଳେ ଗ୍ରେନେଡ ମାଡ କରୁଥିବା ସୂଚନା ମିଳିଛି । ଜନ୍ମ ଦିନ ନାଁରେ ବ୍ୟକ୍ତି ଜଣକ ଶିଶୁଙ୍କୁ ଘରକୁ ଡାକିଥିବା କୁହାଯାଉଛି ।