୭ରେ ଅତିରିକ୍ତ କାମଚଳା ବଜେଟ୍

ଫୋକସରେ ରହିବ ‘କାଳିଆ’

ଭୁବନେଶ୍ୱର : ଫେବୃଆରୀ ୭ ତାରିଖରେ ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷର କାମଚଳା ବଜେଟ୍ ଉପସ୍ଥାପିତ ହେବ । ନିର୍ବାଚନ ଆଗକୁ ଥିବାରୁ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ ବଦଳରେ ୪ ମାସ ପାଇଁ ଲେଖାନୁଦାନ ଗୃହରେ ଉପସ୍ଥାପନ କରିବେ । କାଳିଆ ଯୋଜନା ସାଙ୍ଗକୁ ରାଜ୍ୟ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନାଗୁଡ଼ିକର ସଫଳ ରୂପାୟନ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି । ୨୦୧୮-୧୯ରେ ରାଜ୍ୟ ସରକାରଙ୍କ ବଜେଟର ପରିମାଣ ୧.୨ ଲକ୍ଷ କୋଟି ଟପିଥିଲା । ୨୦୧୯-୨୦ ଆର୍ଥିକ ବର୍ଷରେ ଏହା ଆହୁରି ବଢ଼ିବାର ସମ୍ଭାବନା ରହିଛି । ଫେବୃଆରୀ ୪ ତାରିଖରୁ ବଜେଟ ଅଧିବେଶନ ଆରମ୍ଭ ହେବ । ୭ ତାରିଖରେ ଲେଖାନୁଦାନ ଉପସ୍ଥାପିତ ହେବ । ନିର୍ବାଚନ ଆଗକୁ ଥିବାରୁ ପୂର୍ଣ୍ଣାଙ୍ଗ ବଜେଟ ବଦଳରେ ୪ ମାସ ପାଇଁ ସରକାର କାମଚଳା ବଜେଟ ଆଣିବେ । ଯଦିଓ ବର୍ଷକ ପାଇଁ ବଜେଟ ପ୍ରସ୍ତୁତ କରାଯିବ । ହେଲେ ଜୁନ ମାସ ପର୍ଯ୍ୟନ୍ତ ସରକାର ଯାହା ଖର୍ଚ୍ଚ କରିବେ ତାହାହିଁ ବିଧାନସଭାରେ ଉପସ୍ଥାପିତ ହେବ । ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ବିଶେଷ କରି ଚାଷୀମାନଙ୍କ ପାଇଁ କରାଯାଇଥିବା କାଳିଆ ଯୋଜନା ଏବଂ ସାମାଜିକ ସୁରକ୍ଷା ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯିବବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକାରୀ ଯୋଜନା ପାଇଁ ଏହି ବଜେଟରେ ବ୍ୟବସ୍ଥା କରାଯିବ ବୋଲି ଅର୍ଥନିତିକ ସମୀକ୍ଷକ ଦିଲ୍ଲୀପ ବିଶୋଇ କହିଛନ୍ତି । ନିକଟରେ ଘୋଷଣା ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଯୋଜନା ଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆବଶ୍ୟକ ପାଣ୍ଠି ଏଥିରେ ବ୍ୟବସ୍ଥା କରାଯିବ । ସ୍ୱାଭାବିକ ସୁରକ୍ଷା ଯୋଜନା ସହିତ କାଳିଆ ଯୋଜନାକୁ ଅଗ୍ରାଧିକାର ତାଲିକାରେ ରଖାଯିବ ବୋଲି ଶ୍ରୀ ବିଶୋଇ କହିଛନ୍ତି । ସେପଟେ ଏହି କମାଚଳା ବେଜଟ୍କୁ ବିରୋଧୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଏଥିରେ କୌଣସି ନୂତନତ୍ୱ ରହିବ ନାହିଁ ବୋଲି ଉଭୟ ବିଜେପି ଓ କଂଗ୍ରେସ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

Comments (0)
Add Comment