ଯାଜପୁରବାସୀଙ୍କ ତରଫରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିପୁଳ ସମ୍ବର୍ଧନା : ଚଣ୍ଡିଖୋଲ ତୈଳ ଭଣ୍ଡାର ଓ ମେଡିକାଲ କଲେଜ ମଂଜୁରୀ ପାଇଁ ଦେଲେ ଧନ୍ୟବାଦ

ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯାଜପୁର ଜିଲ୍ଲାର ଶତାଧିକ ଲୋକ ବିମାନ ବନ୍ଦରରେ ଉଚ୍ଛସିତ ସମ୍ବର୍ଧନା ଜ୍ଞାପନ କରିଛନ୍ତି । ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରେ ଭୂତଳ ତୈଳ ଭଣ୍ଡାର ଓ ଯାଜପୁର ଠାରେ ମେଡିକାଲ କଲେଜ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତି ପରିପ୍ରେକ୍ଷୀରେ ଜିଲ୍ଲାର ଜନସାଧାରଣ ବିମାନ ବନ୍ଦର ଆସି ଶ୍ରୀ ପ୍ରଧାନଙ୍କୁ ସମ୍ବର୍ଧନା ଜ୍ଞାପନ କରିଛନ୍ତି ।
ମୋଦି ସରକାରରେ ଓଡିଶାରେ ବିକାଶମୂଳକ କାର୍ଯ୍ୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଗୁରୁତ୍ୱପୂର୍ଣ ଭୂମିକା ଓ ବିଶେଷ ଭାବରେ ଗତ କ୍ୟାବିନେଟ ବୈଠକରେ ଚଣ୍ଡିଖୋଲ ପାଇଁ ତୈଳ ଭଣ୍ଡାର ଓ ନୂଆ ମେଡିକାଲ କଲେଜ ଖୋଲିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରିପ୍ରେକ୍ଷୀରେ ଜିଲ୍ଲାବାସୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ସାଧୁବାଦ ଜଣାଇବା ପାଇଁ ସେମାନେ ବିମାନ ବନ୍ଦର ଆସିଥିବା କହିଛନ୍ତି ।

Comments (0)
Add Comment