ବଡ ଖୁଲାସା : ଅଭିନେତ୍ରୀ ନିକିତାଙ୍କ ମତ୍ୟୁ ପୂର୍ବର ଶେଷ ୭ ମିନିଟ କଣ ହୋଇଥିଲା ଜାଣନ୍ତୁ

କଟକ :  ନିକିତାଙ୍କ ମୃତ୍ୟୁ ଘଟଣାରେ ଦିନକୁ ଦିନ ଆସୁଛି ନୂଆ ମୋଡ । ନିକିତାଙ୍କ ଛାତ ଉପରୁ ତଳକୁ ଖସିଲେ କିପରି ତାହାକୁ ନେଇ ଏବେ ବି ସସପେନ୍ସ ରହିଛି । ପୋଲିସ ତଦନ୍ତ ରେ ନିକିତାଙ୍କ ସ୍ବାମୀ ଲିପନ ହିଁ ଘଟଣାରେ ଦାୟୀ । ଏପରିସ୍ଥିତି ରେ ଘଟଣା ଦିନ ଅର୍ଥାତ ୪ ତାରିଖ ରାତିର କିଛି ଗୁମୁର ଆଜି ଖୋଲିଛନ୍ତି ଲିପନଙ୍କ ଭଉଣୀ ସୋନମ୍ । ଲିପନ ଗିରଫ ପୂର୍ବରୁ ଭଉଣୀ ସୋନମ କଥୀ ହୋଇଥିଲେ । ସେହି ଆଧାରରେ ଘରେ ନିକିତାଙ୍କ ସହିତ ଲିପନ ଓ ତାଙ୍କ ବାପାଙ୍କ ପରିବାର ଲୋକଙ୍କ ସହିତ ମଧ୍ୟ ବଚସା ହୋଇଥିଲା । ଏହାପରେ ହଠାତ ନିକିତା ଛାତ ଉପରକୁ ଯାଉଥିଲେ  । ଛାତ ଉପରୁ ତଳକୁ ଖସିବା ସମୟରେ ଲିପନ , ନିକିତାଙ୍କ ଭାଇ ଓ ବାପା ନିକିତାଙ୍କ ହାତକୁ ଧରିଥିଲେ । ନିକିତାଙ୍କୁ ୭ ମିନଟ କାଳ ଧରିବାପରେ ନ ଆଉ ଅଧିକା ସମୟ ସମ୍ଭାଳିପାରିନଥିଲେ । ଏହାପରେ ଖସି ତଳକୁ ପଡିଯାଇଥିଲେ । ଏପିରିକି ଗତ ୩୧ ତାରିଖ ଦିନ ମଧ୍ୟ ନିକିତା ଘରକୁ ଆସିଥିଲେ । ତାଙ୍କୁ ସହସମ୍ମାନ ଦେଇଥିଲେ ଶାଶୂ ଘର ଲୋକେ । ଘରେ ରହିଥିବା ସମୟରେ ଶାଶୂଓ ଶଶୂରଙ୍କ ସହିତ ନିକିତା, ଲିପନ ତାଙ୍କ ୪ ମାସର ପୁଅକୁ ଖେଲୁଥିବା ଭିଡିଓ ମଧ୍ୟ ଗଣମାଧ୍ୟମକୁ ଦେଇଛନ୍ତି ସୋନମ୍ । ଯଦି ଶାଶୂ ଘରେ ହସଖୁସିରେ ନିକିତା ଥିଲେ ତେବେ ନିର୍ଯ୍ୟତନା କିପରି ଦିଆଯାଉଥିଲା ବୋଲି ପ୍ରଶ୍ନ କରିଛନ୍ତି ସୋନମ ।

ଗତ ୪ ତାରିଖ ରାତି ପ୍ରାୟ ୧୦ ଟା ସମୟରେ ନିକିତା ଛାତ ଉପରୁ ତଳକୁ ଖସି ଯାଇଥିଲେ । ଏହାପରେ ୫ ତାରିଖ ଦିନ ଏକ ଘରୋଇ ହସ୍ପିଟାଲରେ ନିକିତାଙ୍କ ମୃତ୍ୟୁ ଘଟିଥିଲା । ୬ ତାରିଖ ଦିନ ଚାଉଳିଆଗଞ୍ଚ ଥାନାରେ ଏତଲା ଦେଇଥିଲେ ନିକିତାଙ୍କ ବାପା । ନିକିତା ବାପା ଆଜି ସେହି କଥାକୁ ଦୋହରାଇଛନ୍ତି । ଛାତ ଉପରେ କେବଳ ନିକିତା ଓ ଲିପନ ରହିଥଲେ । ଦୁଇ ହିଁ ଙ୍କ ମଧ୍ୟରେ ମତାନ୍ତର ହୋଇଥିଲା । ଏହାପରେ ଲିପନ ହିଁ ନିକିତାଙ୍କୁ ଠେଲି ଦେଇଥିବା କହିଛନ୍ତି ନିକିତାଙ୍କ ବାପା । ଏପରିକି ନିକିତାଙ୍କ ଶାଶୂ ଘର ଲୋକେ ନିର୍ଯ୍ୟାତନା ଦେଉଥିବା କହିଛନ୍ତି । ନିକିତା ମହାନଦୀ ବିହାର ଘରେ ତଳକୁ ଖସିଲେ । ଘରେ ତ ଲିପନଙ୍କ ଭଉଣୀ ନଥିଲେ ତେବେ ଏହି ଭଳି ଅଭିଯୋଗ ସେ କିପରି ଆଣୁଛନ୍ତି । ସୋନମ ଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବାପା ସନାତନ ବେହେରା ।

ନିକିତାଙ୍କ ମୃତ୍ୟୁ ପଛରେ ପ୍ରଥମେ ହତ୍ୟା ଅଭିଯୋଗ ଏବେ ଖୋଦ ନିକିତା ନିଜ ଆଡୁ ତଳକୁ ଖସିବା ସୋନମଙ୍କ ଅଭିଯୋଗ । ଯାହାକୁ ନେଇ ଘଟଣାକୁ ନେଇ ଆହୁରି ଜଟିଳ କରୁଛି ।

Comments (0)
Add Comment