ଝାରସଗୁଡା ବିମାନ ବନ୍ଦରରୁ ୬ ଟି ସହରକୁ ଉଡିବ ବିମାନ

ନୂଆଦିଲ୍ଲୀ : ଝାରସଗୁଡା ବିମାନ ବନ୍ଦରରୁ ଉଡିବ ବିମାନ । ଦେଶର ୬ଟି ସହରକୁ କର୍ମସିଆଲ ବିମାନ ଚଳା ଚଳ ଝାରସଗୁଡା ବିମାନ ବନ୍ଦରରୁ ଆରମ୍ଭ ହେବ । ଉଡାନ ୩ ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ହେୁଛି ଓଡିଶାକୁ ଭେଟି । ଓଡିଶାର ଦ୍ୱିତୀୟ ବିମାନବନ୍ଦର ଝାରସୁଗୁଡାରୁ ୬ଟି ସହରକୁ ବିମାନ ଉଡାଣ ଆରମ୍ଭ ହେବା ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିଲ୍ଲୀ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜ୍ଝ

ଓଡିଶାରେ ବିମାନବନ୍ଦର ଓ ବିମାନ ସେବାର ଉନ୍ନତିକରଣ ପାଇଁ ପାଖାପାଖି ୧୨୦୦ କୋଟି ଟଙ୍କା ମଂଜୁର ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ଜ୍ଝ ସେହିଭଳି ଭୁବନେଶ୍ୱରରୁ ବାରଣାସୀ, ରାଉରକେଲା, କଲେଇକୁଣ୍ଡା ମଧ୍ୟରେ ମଧ୍ୟ ବିମାନ ସେବା ଆରମ୍ଭ ହେବ ବୋଲି ସୂଚନା ଦେବା ସହ ଝାରସୁଗୁଡାରୁ ଭୁବନେଶ୍ୱର, କୋଲକାତା, ମୁମ୍ବାଇ, ରାୟପୁର, ହାଇଦ୍ରାବାଦ ଏବଂ ଦିଲ୍ଲୀ ବିମାନ ଯୋଗାଯୋଗ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଜ୍ଝ ରାଉରକେଲା ଠାରେ ଉଡାଣ ଯୋଜନା ଅନୁକୂଲ୍ୟରେ ଏକ ନୂଆ ବିମାନବନ୍ଦର ସ୍ଥାପନ ପାଇଁ ମଞ୍ଜୁରୀ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ଜ୍ଝ ଅପରପକ୍ଷରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ତୃତୀୟ ଟର୍ମିନାଲ ନିର୍ମାଣ, ବର୍ତ୍ତମାନ ଥିବା ଦୁଇଟି ଟର୍ମିନାଲର ଉନ୍ନତିକରଣ ପାଇଁ ୧୦୫୦ କୋଟି ଟଙ୍କା ମଂଜୁର ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ଜ୍ଝ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସଗୁଡା ବିମାନ ବନ୍ଦରକୁ ନିକଟରେ ଲୋକାର୍ପଣ କରିଥିଲେ । ହେଲେ ବିମାନ ଚଳା ଚଳ ହୋଇ ପାରି ନଥିଲା । ଏହାକୁ ନେଇ ଆରମ୍ଭ ହୋିଥିଲା ରାଜନୀତି । ରାଜ୍ୟର ବିଜେପି ଓ ବିଜେଡି ଭିତରେ ଆରୋପ ପ୍ରତ୍ୟାରୋପ ଚାଲିଥିଲା । ମୁଖ୍ୟମନ୍ତ୍ରୀ ଏ ନେଇ କେନ୍ଦ୍ରକୁ ଚିଠି ଲେଖିଥିଲେ । ଏମିତିକି ପ୍ରଧାମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ ସମୟରେବି ଏହି ପ୍ରସଙ୍ଗ ଉଠାଇଥିଲେ ରାଜନୈତିକ ଦଳ । ଆଉ ଏବେ ନିର୍ବାଚନ ପୂର୍ୱରୁ ଏହି ଘୋଷଣା ରାଜ୍ୟ ବିଜେପି ଲାଗି ଆସ୍ୱସ୍ତ ଆଣିଛି । ଏହୀ ଦଳକୁ ନିର୍ବାଚନରେ ଫାଇଦା ଦେବ ବୋଲି ଆଶାକରାଯାଉଛି ।

Comments (0)
Add Comment