ମହାନଦୀରେ ଆସୁଛି ବନ୍ୟା,୨୫ ଗେଟ ଖୋଲିଲା ହିରାକୁଦ,ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଲେ ସରକାର

ଭୁବନେଶ୍ବର  :  ରାଜ୍ୟରେ ବନ୍ୟା ସମ୍ଭାବନା । ହୀରାକୁଦର ୨୫ ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ୨୫ ଗେଟ ଦେଇ ୪ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ନିଷ୍କାସିତ ହେଉଛି ।ମହାନଦୀ ଅବବାହିକାରେ ଏହା ବନ୍ୟା ଆଶଙ୍କା ସୃଷ୍ଟି କରିଛି ।  ଗୁରୁବାର ତଥା ୩୦ ତାରିଖ ସକାଳୁ ମୁଣ୍ଡୁଳି ଦେଇ ୮ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ମହାନଦୀ ଅବବାହିକାର ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି SRC ।  ଆବଶ୍ୟକ ସ୍ଥଳେ ସମ୍ବଲପୁର ତଳି ଅଞ୍ଚଳରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରିବାକୁ ସମ୍ବଲପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ଭାବ୍ୟ ବନ୍ୟାରେ ଭଦ୍ରକର ତିହିଡି ଅଞ୍ଚଳ ପ୍ରଭାବିତ ହେବା ମଧ୍ୟ ଆଶଙ୍କା କରିଛନ୍ତି SRC । NDRF, ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭଦ୍ରକରେ ବିପଦ ସଂକେତ ନିକଟରେ ପ୍ରବାହିତ ହେଉଛି ସାଳନ୍ଦୀ । ଭଦ୍ରକ ସହରର ରାଜଘାଟ ପୋଲ ନିକଟରେ ବିପଦ ସଙ୍କେତ 15.08 ମିଟର ଥିବା ବଳେ ଏବେ ଜଳ ସ୍ତର 15.00 ମିଟର ରହିଛି । ଜଳ ଜଳସ୍ତର ବିପଦ ସଙ୍କେତ ଟପି ନଥିଲେ ବି ଭଦ୍ରକ ସହରର କତେକାଂଚଳରେ ବନ୍ୟା ପାଣି ଲୋକଙ୍କ ଘରେ ପଶିଲାଣି । ଭଦ୍ରକ ସହରର ଗର୍ଦପୁର, ଦୁର୍ଗ।ପୁର, ବଙ୍କବାସୁଦେବପୁର ଆଦି ଅଂଚଳରେ ବନ୍ୟା ଜଳ ଲୋକଙ୍କ ଘରେ ପଶିଛି । ଜଳ ନିସ୍କାସନ ପାଇଁ ଗର୍ଦପୁରରେ ପମ୍ପ ଲଗାଯାଇଛି । ହଦଗଡରୁ ଆଉ ଅଧିକ ବନ୍ୟା ଜଳ ସାଳନ୍ଦୀ ନଦୀକୁ ଛଡା ଯିବ ନାହିଁ ବୋଲି ଜଳସେଚନ ବିଭାଗ ସୂଚନା ଦେଇଛି । ଗୋବିନ୍ଦପୁର ପଂଚାୟତରେ ସାଳନ୍ଦୀ ନଦୀ ଉପରେ ହୋଇଥିବା ପୋଲର ଆପ୍ରୋଚ ରୋଡ 4ଫୁଟ ଦବି ଯାଇଛି । ଫଳରେ ଓଲଙ୍ଗ-ଗୋବିନ୍ଦପୁର ଯୋଗାଯୋଗ ବିଛିନ୍ନ ହୋଇଯାଇଛି ।

Comments (0)
Add Comment