ଭୁବନେଶ୍ବର : ବସନ୍ତରେ ଫୁଲର ସମ୍ଭାର । ମନ ମେ।ହୁଛି ଭଳିକି ଭଳି ଦେଶୀ ବିଦେଶୀ ଫୁଲ । ଏମିତି ଏକ ଫୁଲ ବଗିଚା ରହିଛି ରାଜ୍ୟ ପ୍ରଶାସନିକ ବିଭାଗ ସଚିବ ପ୍ରଦୀପ ଜେନାଙ୍କ ଘରେ । ଯାହା ଦେଖେଣାହାରୀଙ୍କୁ ଘଡିଏ ଅଟକି ରହିବାକୁ ବାଧ୍ୟ କରୁଛି ।
ଚାରିଆଡେ ଜାତି ଜାତିକା ଫୁଲର ସମ୍ଭାର । ସଲଭିଆ, ଜରବରା, ମାରିଗେ।ଲଡ,ଜିନିଆ ଭଳିକି ଭଳି ରଙ୍ଗ ବେରଙ୍ଗ ଫୁଲର ସମାହାର । ଫୁଲ ବଗିଚାକୁ ଦେଖିଲେ ପେଟ ପୁରିଯାଉଛି । ଫୁଲ ବଗିଚା ଦେଇ ଯାଉଥିବା ଲେ।କ ଘଡିଏ ଅଟକିବାକୁ ବାଧ୍ୟ ହେଉଛନ୍ତି । ଏମିତି ଏକ ଫୁଲ ବଗିଚା ରହିଛି ରାଜ୍ୟ ପ୍ରଶାସନିକ ବିଭାଗ ସଚିବ ପ୍ରଦୀପ ଜେନାଙ୍କ ଘରେ । ଏଡେବଡ ଫୁଲ ବଗିଚାର ପୁରା ଦାୟିତ୍ବ କିନ୍ତୁ ତାଙ୍କ ଧର୍ମପତ୍ନୀ ଜୟାଙ୍କ ଉପରେ । ନିଜ ପିଲା ଭଳି ବଗିଚାର ଦାୟିତ୍ବ ତୁଲାଉଛନ୍ତି ଜୟା । ଆଣ୍ଟେରିନସ,ଗେ।ଲାପ,ଭରବେନା,ପପି,ଟେ।ରେନିଆ, ଆଷ୍ଟର, ଡାଲିଆ ଭଳି ୭୦ରୁ ୮୦ ଭେରାଇଟିର ଫୁଲ ରହିଛି ଏହି ଗାର୍ଡେନରେ । ତା ସାଙ୍ଗକୁ କାଟସ, ଅରଚିଡ ଓ ବେ।ନସାଇର କଲେକ୍ସନ ବି ରହିଛି । ସକାଳ ୭ଟାରୁ ୧୦ଟା ଯାଏ ଫୁଲ ବଗିଚାର ଯତ୍ନ ନିଅନ୍ତି ଜୟା । କେଉଁ ଗଛରେ କେତେ ପାଣି ଦିଆଯିବ, କେତେ ସାର ଦିଆଯିବ ସବୁ ତଦାରଖ କରନ୍ତି । ବିଶେଷ କରି ନୂଆ କରି ଆସିଥିବା ଗଛ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେଇଥାଆନ୍ତି ଜୟା ।