ବିଜେଡି ଛାଡିଲେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ

ବିଜେଡି ଛାଡିଲେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ସୂଚନା ଅନୁସାରେ ଜ୍ୟୋତି ପାଣିଗ୍ରାହୀ ବିଜେଡିର ଜଣେ ଦକ୍ଷ ନେତ୍ରୀ ଭାବେ ଜଣାଶୁଣା। ସେଥିପାଇଁ ଦଳ ତାଙ୍କୁ ସୁନ୍ଦରଗଡର ପର୍ୟ୍ୟବେକ୍ଷକ ଦାୟିତ୍ୱ ଦେଇଥିଲା। କିନ୍ତୁ ଏବେ ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି।

ପତ୍ରରେ ସେ କହିଛନ୍ତି ଯେ ପୂର୍ବ ପରି ଦଳ ଆଉ ନାହିଁ। ଦଳର ନେତାଙ୍କୁ ଆଉ ଭେଟି ହେଉନାହିଁ। ଜ୍ୟୋତି ପାଣିଗ୍ରାହୀଙ୍କ ସ୍ୱାମୀ ସରୋଜ ପାଣିଗ୍ରାହୀ ମଧ୍ୟ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ଦଳ ଛାଡିବାକୁ ବାଧ୍ୟ ହୋଇଥିବା କହିଛନ୍ତି ।

former chairperson of the Women's Commission jyoti panigrahi left the BJD
Comments (0)
Add Comment