ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫଣ୍ଡାଣ୍ଡିସ୍ ଙ୍କ ପରଲୋକ

ନୂଆଦିଲ୍ଲୀ :  ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫଣ୍ଡାଣ୍ଡିସ୍ ଙ୍କ ପରଲୋକ । କିଛି ଦିନ ଧରି ସ୍ବାଇନ ଫ୍ଲୁରେ ଆକ୍ରାନ୍ତ ଥିଲେ । ଆଜି ସକାଳେ ଦିଲ୍ଲୀର ଏକ ଘରୋଇ ହସପିଟାଲରେ ଜର୍ଜ ଫଣ୍ଡାଣ୍ଡିସ୍ ଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ବୟସ ହୋଇଥିଲା । ଅଟଳ ବିହାରୀ ବାଜପେୟୀ ସରକାରରେ ଜର୍ଜ ଫଣ୍ଡାଣ୍ଡିସ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ଦାୟିତ୍ବ ତୁଲାଇଥିଲେ । ସେ ପ୍ରତିରକ୍ଷା ମନ୍ତ୍ରୀ ଥିବା ବେଳେ ପୋଖରାନ ପରୀକ୍ଷଣ ହୋଇଥିଲା । ଜର୍ଜ ଫଣ୍ଡାଣ୍ଡିସ୍ ଲୋକସଭାକୁ ୯ ଥର ନିର୍ବାଚିତ ହୋଇଥିଲେ । ସମତା ଦଳର ପ୍ରତିଷ୍ଠାତା ଥିବା ବେଳେ ଏନ୍ ଡିଏର ଆବାହକ ଥିଲେ ପର୍ଣ୍ଣାଣ୍ଡିସ୍ ।

Comments (0)
Add Comment