ବଲାଙ୍ଗୀରରେ ଫଳକ ରାଜନିତି : ବିରୋଧୀ ଦଳ ନେତାଙ୍କ ଭିତ୍ତି ପ୍ରସ୍ତର ସ୍ଥାପନ ପରେ ସେଇ ପ୍ରକଳ୍ପର ପୁଣି ଶୁଭ ଦେଲେ ବିଜେଡି ସାଂସଦ

ବଲାଙ୍ଗୀର  : ବଲାଙ୍ଗୀରରେ ଫଳକ ରାଜନିତି । ଆଦର୍ଶ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନକୁ ନେଇ ମୁହା ମୁହିଁ  ହୋଇଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ସାଂସଦ କଳିକେଶ ସିଂହଦେଓ । ବିରୋଧୀ ଦଳ ନେତା ତଥା ବଲାଙ୍ଗୀର ସାଂସଦ ପ୍ରକଳ୍ପ ଉଦଘାଟନ କରିବାର ଦିନକ ପରେ ସେଇ ପ୍ରକଳ୍ପକୁ ପୁଣି ଭିତ୍ତି ପ୍ରସ୍ତର ଦେଇଛନ୍ତି ବଲାଙ୍ଗୀର ସାଂସଦ କଳେକେଶ ନାରାୟଣ ସିଂହଦେଓ । ଏହାକୁ ନେଇ ମୁହାଁ ମୁହଇଁ ହୋଇଛନ୍ତି ବିଜେଡି ଓ କଂଗ୍ରେସ । ଏହାର ପ୍ରତିବାଦରେ ପାଣ୍ଡିରେ ଆଗରେ ଧାରଣା ଦେଇଛି କଂଗ୍ରେସ । ଦେଓଗାଁ ଠାରେ ଏକ ଆଦର୍ଶ ବିଦ୍ୟାଳୟ ର ଭିତ୍ତି ପ୍ରସ୍ତର ସ୍ଥାପନକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା। ପ୍ରଥମେ ବିଧାୟକ ଓ ପରେ ସାଂସଦ କରିଛନ୍ତି ଭିତ୍ତିପ୍ରସ୍ତର ସ୍ଥାପନ। ସେପଟେ ଗତ କାଲି ବିଧାୟକ ନରସିଂହ ମିଶ୍ର କରିଥିବା ଭିତ୍ତିପ୍ରସ୍ତା ସ୍ଥାପନକୁ ଭଙ୍ଗା ଯାଇଥିବା ଅଭିଯୋଗ କରିଛି କଂଗ୍ରେସ । ଏନେଇ ଦେଓଗାଁ ଫାଣ୍ଡିରେ ଧାରଣା ଦେବା ସହ କରିଛି ବିକ୍ଷୋଭ।

ଗୋଟିଏ ଗାଁ , ଗୋଟିଏ ସ୍ଥାନ ଓ  ପ୍ରକଳ୍ପ ମଧ୍ୟ ଗୋଟିଏ। ହେଲେ ଭିତ୍ତିପ୍ରସ୍ତର ସ୍ଥେପନ  ହୋଇଛି ଦୁଇଟି । ବଲାଙ୍ଗୀର ଦେଓଗାଁ ବ୍ଲକ ଚନ୍ଦ୍ରପୁର ଗାଁରେ ହୋଇଛି । ଗତ କାଲି ବଲାଙ୍ଗୀର ବିଧାୟକ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର କରିଥିଲେ ଏହି ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ। ୩ କୋଟି ୧୭ ଲକ୍ଷ ୧୬ ହଜାର ୬୩୫ ଟଙ୍କା ବ୍ୟାୟରେ କରାଯାଉଥିବା ଆଦର୍ଶ ବିଦ୍ୟାଳୟର ନିର୍ମାଣର ଭିତ୍ତି ପ୍ରସ୍ତରକରିଥିଲେ ନରସିଂହ ମିଶ୍ର । ହେଲେ ବିରୋଧୀ ଦଳ ନେତାଙ୍କ ଭିତ୍ତି ପ୍ରସ୍ତର ସ୍ଥାପନର ଗୋଟିଏ ଦିନ ପରେ ସେଇ ପ୍ରକଳ୍ପକୁ ପୁଣି ଥରେ ଉଦଘାଟନ କରିଛନ୍ତି ବଳାଙ୍ଗୀର ସାଂସଦ କଳିକେଶ ନାରାୟଣ ସିଂଦେଓ  । ବାଇକ ରାଲିରେ ଆସି ବେଶ ଆଡମ୍ବରରେ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି  । ଗୋଟିଏ ପ୍ରକଳ୍ପ ପାଇଁ ଦୁଇ ଦୁଇଟି ଦୁଇଟି ଫଳକ ତାହା ପୁଣି ଦୁଇଥର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଘଟଣା ଏବେ ବେଶ ଚର୍ଚ୍ଚା ର ବିଷୟ ପାଲଟିଛି ବଲାଙ୍ଗୀର ଜିଲ୍ଲାରେ। ଏହାକୁନେଇ କଂଗ୍ରେସ ପକ୍ଷରୁ ଧାରଣ ଦିଆଯାଇଥିଲା ।

Comments (0)
Add Comment