ଲଜ୍ଜା : ୧୩ବର୍ଷର ନବମ ଶ୍ରେଣୀ ଛାତ୍ରୀଙ୍କୁ ୧୫ ଛାତ୍ର ଓ ୩ ଶିକ୍ଷକଙ୍କ ୭ ମାସ ଧରି ଗଣ ଦଷ୍କର୍ମ

ପାଟନା : ପୁଣି ଏକ ଲଜ୍ଜା ଜନକ ଘଟଣା । ଜଣେ ୧୩ ବର୍ଷର ଛାତ୍ରୀଙ୍କୁ ୭ ମାସ ଧରି ଗଣ ଦଷ୍କର୍ମ ଅଭିଯୋଗ । ଏଥିରେ ସ୍କୁଲର ୧୫ ଜଣ ଛାତ୍ର ଓ ୩ ଜଣ ଶିକ୍ଷକ ଏଭଳି କାଣ୍ଡ ଘଟାଇଛନ୍ତି । ଏଫରି ଅଭି ଯୋଗ ଆସିବା ପରେ ଘଟଣାର ତଦନ୍ତ କରି ପୋଲିସ ୪ ଜଣଙ୍କୁ ଗିରଫ କରିଛି ।

ଖବର ଅନୁସାରେ ନବମ ଶ୍ରେଣୀରେ ପଢୁଥିବା ଏହି ନାବାଳିକାର ପିତା କୌଣସି ଏକ ମାମଲାରେ ଦଣ୍ଡିତ ହୋଇ ୨୦୧୭ ଡିସେମ୍ବରରେ ଜେଲ ଯାଇଥିଲେ। ଏହାର ସୁଯୋଗ ନେଇ ତାଙ୍କ ସାଙ୍ଗରେ ପଢୁଥିବା ଜଣେ ଛାତ୍ର ପ୍ରଥମେ ତାଙ୍କୁ ଦୁଷ୍କର୍ମ କରିଥିଲା। ଏହାପରେ ସେ ବ୍ଲାକ୍‌ମେଲିଂ ଆରମ୍ଭ କରିଥିଲା। ଭୟରେ ପୀଡ଼ିତା ଜଣକ କୌଣସି ଆପତ୍ତି ନ ଉଠାଇବାରୁ ଏହାର ସୁଯୋଗରେ ଆଉ ୪ରୁ ୫ ଜଣ ଛାତ୍ର ତାଙ୍କୁ ଦୁଷ୍କର୍ମ କରିଥିଲେ। ପରେ ପରେ ବିଦ୍ୟାଳୟର ଅଧ୍ୟକ୍ଷ ଓ ଦୁଇଜଣ ଶିକ୍ଷକ ମଧ୍ୟ ସେମାନଙ୍କ ସହ ସାମିଲ ହୋଇ ବାରମ୍ବାର ଦୁଷ୍କର୍ମ କରିଥିଲେ। ଏତିକିରେ ନାବାଳିକା ଜଣକ ଉପରେ ନିର୍ଯାତନା ଶେଷ ହୋଇ ନ ଥିଲା। ଏହାର କିଛିଦିନ ପରେ ସେଇ ବିଦ୍ୟାଳୟର ଆଉ ୯ରୁ ୧୦ ଜଣ ଛାତ୍ର ନାବାଳିକାକୁ ଧମକାଇ ଦୁଷ୍କର୍ମ କରିଥିଲେ। ଲଗାତର ୭ ମାସ ଧରି ବିଦ୍ୟାଳୟ ପରିସରରେ ଏଭଳି ଅକଥନୀୟ ଅତ୍ୟାଚାରର ଶିକାର ହୋଇଥିଲେ ଛାତ୍ରୀ ଜଣକ।

ଡାକ୍ତରୀ ମାଇନା ପାଇଁ ଡାକ୍ତରଖାନାକୁ ଅଣାଯାଇଥିବା ପୀଡ଼ିତା କହନ୍ତି ଯେ ଡିସେମ୍ବର ମାସରେ କିଛି ସ୍କୁଲ୍‌ ଛାତ୍ର ଶୌଚାଳୟ ମଧ୍ୟରେ ତାଙ୍କ ସହ ଦୁଷ୍କର୍ମ କରି ତା’ର ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ। ଶୌଚାଳୟରେ କେତେ ଜଣ ଛାତ୍ର ତାଙ୍କ ସହ ଦୁଷ୍କର୍ମ କରିଥିଲେ ସେମାନଙ୍କର ନିର୍ଦ୍ଦିଷ୍ଟ ସଂଖ୍ୟା ସେ ଉଲ୍ଲେଖ କରି ନାହାନ୍ତି। ପ୍ରଥମ ଆକ୍ରମଣ ପରେ ଛାତ୍ରମାନେ ବ୍ଲାକ୍‌ମେଲ୍‌ କରି କ୍ରମାଗତ ତାଙ୍କ ସହ ଦୁଷ୍କର୍ମ କରି ଚାଲିଥିଲେ।

ତେବେ ତାଙ୍କ ପିତା ଜେଲରୁ ମୁକୁଳିବା କ୍ଷଣି ସେ ଛାପ୍ରାର ଏକ୍‌ମା ପୁଲିସ୍‌ ଷ୍ଟେସନ୍‌ରେ ଅଭିଯୋଗ କରିଛନ୍ତି। ପୀଡ଼ିତା ଜଣକ ନିଜ ଅଭିଯୋଗରେ ସମସ୍ତ ୧୮ ଜଣ ଦୁଷ୍କର୍ମକାରୀଙ୍କ ନାମ ଏବଂ କେଉଁ କେଉଁ ସ୍ଥାନରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା ସେ ନେଇ ଜଣାଇଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ଦାଏର କରି ବିଦ୍ୟାଳୟର ଅଧ୍ୟକ୍ଷ, ଜଣେ ଶିକ୍ଷକ ଓ ଦୁଇଜଣ ଛାତ୍ରଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚଢ଼ଉ ପ୍ରକ୍ରିୟା ଜାରି ରହିଛି। ଅପରପକ୍ଷରେ ନାବାଳିକାକୁ ଡାକ୍ତରୀ ମାଇନା ପାଇଁ  ପଠାଯାଇଛି। ଏ ଖବର ପ୍ରକାଶ ପାଇବା ପରେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ମାମଲାର ଅଧିକ ତଦନ୍ତ ଜାରି ରହିଥିବା ପୁଲିସ ଅଧିକାରୀ ଅଜୟ କୁମାର ସିଂହ କହିଛନ୍ତି।

 

 

Comments (0)
Add Comment