ଯାଜପୁର : ଚାକିରୀ ଦେବାକୁ କହି ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ଗଣଦୁଷ୍କର୍ମ । ମୁମୂର୍ଷୁ ଅବସ୍ଥାରେ ମହିଳାଙ୍କୁ ରାସ୍ତାରୁ ଉଦ୍ଧାର କଲା ପୋଲିସ । ଏହି ମାମଲାରେ ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଥିବା ବେଳେ ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଛି । ଯାଜପୁର ପାଣିକୋଇଲି ଅଞ୍ଚଳରେ ଘଟିଛି ଏପରି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ କୁଆଖିଆ ଥାନା ଅଞ୍ଚଳର ଜଣେ ମହିଳା ଶାଶୁଘର ଛାଡି ବ୍ରହହ୍ମବରଦା ଅଞ୍ଚଳରେ ରହୁଥିଲେ । ନିଜେ ରୋଜଗାର କରିବା ଆଶାରେ ଭାଉଜ ନିକଟରେ ପୁଅକୁ ଛାଡି ରାଜଧାନୀରେ ଏକ ଘରୋଇ କଲେଜରେ କାମ କରୁଥିଲେ । ସେଠାରେ କିଛି ଅସୁବିଧା ହେବାରୁ କୋରେଇ ଚିଲିପଦା ଗାଁର ଜଣେ ସଂପର୍କୀୟଙ୍କୁ ଭୋଟିବାକୁ ଆସିଥିଲେ । ବସ୍ ଯୋଗେ ଆସି ସଂଧ୍ୟାରେ ପାଣିକୋଇଲିଠାରେ ଓହ୍ଲାଇ ଗାଡିକୁ ଅପେକ୍ଷା କରିଥିଲେ । ଏହି ସମୟରେ ୩ଜଣ ଯୁବକ ସେଠାରେ ପହଞ୍ଚି ତାଙ୍କୁ କାମ ଦେବାକୁ କହି ନେଇ ଆସିଥିଲେ । ଏହାପରେ ରାତିସାରା ଦୁଷ୍କର୍ମ କରି ରାସ୍ତାରେ ଫିଙ୍ଗି ଦେଇଥିଲେ । ମହିଳା ଜଣକ ରାସ୍ତାରେ ବସି କାନ୍ଦୁଥିବା ବେଳେ ଖବର ପାଇ ପୋଲିସ ତାଙ୍କୁ ଉଦ୍ଧାର କରିଥିଲେ। ପୀଡିତା ମହିଳାଙ୍କର ଡାକ୍ତରୀ ମାଇନା କରାଯାଇଛି