ରାଉରକେଲା : ଝାଡ଼ଖଣ୍ଡରେ ଓଡିଆ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ତାଙ୍କ ପୁରୁଷ ବନ୍ଧୁ ଏବଂ ଅନ୍ୟ କିଛି ସହଯୋଗୀଙ୍କ ନାଁରେ ରାଉରକେଲା ଜିଆରପି ଥାନାରେ ପୀଡିତା ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି । ଛାତ୍ରୀଙ୍କ ଘର ଝାରସୁଗୁଡା । ସେ ରାଉରକେଲାରେ ରହି ପଢୁଥିଲେ । ଛାତ୍ରୀ ଜଣକ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିବା ବେଳେ ଝାଡଖଣ୍ଡ ଲୋଟାପାହାଡରେ ଏହି ଘଟଣା ଘଟିଛି । ପୁରୁଷ ବନ୍ଧୁ ଜଣକ ନିଜର କିଛି ସାଙ୍ଗମାନଙ୍କ ସହ ମିଶି ଗଣଦୁଷ୍କର୍ମ କରିବା ପରେ ପାଖ ଜଙ୍ଗଲରେ ଫିଙ୍ଗି ଦେଇ ଫେରାର ହୋଇ ଯାଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ପୀଡିତାଙ୍କୁ ରାଉରକେଲା ପଠାଇଥିଲେ । ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ରାଉରକେଲା ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି । ପୀଡିତାଙ୍କ ଭାଇଙ୍କ କହିବା କଥା, ଗତ ୩୦ତାରିଖରେ ଛାତ୍ରୀ ତାଙ୍କ ଘରକୁ ଛୁଟିରେ ଯାଇଥିବା ବେଳେ ଜଣେ ଯୁବକ ଭାଇର ବନ୍ଧୁ କହି ଛାତ୍ରୀଙ୍କୁ ଝାଡଖଣ୍ଡ ନେଇ ଯାଇଥିଲା । ରାଉରକେଲା ଜିଆରପିରେ ପୋଲିସ ମାମଲାରେ ତଦନ୍ତ କରୁଛି ।