ସମ୍ବଲପୁର : ସମ୍ବଲପୁର ଶାସନ ଗାଁରେ ଗଣଦୁଷ୍କର୍ମର ଶିକାର ନାବାଳିକା ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଘର ମଝିରେ ଝୁଲନ୍ତା ଅବସ୍ଥାରେ ପୀଡ଼ିତାଙ୍କ ମୃତ ଦେହ ମିଳିଛି। ପୋଲିସ୍ ମୃତଦେହ ଜବତ କରି, ପରିବାରକୁ ହସ୍ତାନ୍ତର କରିଛି । ତେବେ ପୀଡ଼ିତା ମାଆଙ୍କ ବୟାନ ପରେ, ଏହା ଆତ୍ମହତ୍ୟା ନା ହତ୍ୟା , ତାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି।
ଗଣଦୁଷ୍କର୍ମର ଶିକାର ଛାତ୍ରୀଙ୍କ ଆତ୍ମହତ୍ୟା । ସମ୍ବଲପୁର ଶାସନ ଗାଁର ନବମ ଶ୍ରେଣୀଙ୍କ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ଚାଞ୍ଚଲ୍ୟ । ଗତକାଲି ସଂନ୍ଧ୍ୟାରେ ପୀଡିତାଙ୍କ ଝଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ୍ । ପୀଡିତାଙ୍କ ଘର ଲୋକେ ସମସ୍ତେ ବାହାରକୁ ଯାଇଥିବା ବେଳେ ଓଢଣି ଲଗାଇ ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି । ପୀଡିତାଙ୍କ ମାଆ ଓ ଘରମାଲିକାଣୀଙ୍କ କହିବା କଥା ଶାସନ ଅଞ୍ଚଳର ଦୁଇଜଣ ଯୁବକ ଗତକାଲି ମୋଟର ସାଇକେଲ୍ ରେ ଆସି, ପୀଡିତାଙ୍କ ଛୋଟ ଭାଇକୁ ଧମକ ଚମକ ଦେଇଥିଲେ। ପୀଡିତା କୋର୍ଟରେ, ଅଭିଯୁକ୍ତମାନଙ୍କୁ ବିରୋଧରେ କୌଣସି ବୟାନ ଦେଲେ ତାକୁ ଅପହରଣ କରିନେବା ସହ, ହତ୍ୟା କରାଯିବ ବୋଲି ଧମକାଇଥିଲେ । ଯାହାକୁ ନେଇ ପରିବାର ଲୋକେ ଓ ପୀଡିତା ଭୟଭିତ ଅବସ୍ଥାରେ ଥିଲେ ।
ପୀଡିତାଙ୍କୁ ହତ୍ୟା କରାଯାଇଛି ନାଁ ଚାପ ଓ ଭୟ ଯୋଗୁଁ ସେ ଆତ୍ମହତ୍ୟା କରିଛନ୍ତି ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।ପୋଲିସ ପକ୍ଷରୁ ପୀଡିତାଙ୍କୁ ସଠିକ୍ ସୁରକ୍ଷା ଯୋଗାଇ ଦିଆନଯିବା ଏବେ ତାଙ୍କୁ ଯେଉଁଭଳି କାଉନ୍ ସେଲିଂ କରାଯିବା କଥା, ତାହା କରାଯାଇନଥିବାରୁ ପୀଡିତା ଏଭଳି ପଦକ୍ଷେପ ନେଲେ ବୋଲି ସାମାଜିକ କର୍ମୀ କହିଛନ୍ତି। ହେଲେ ପୋଲିସ କହିଛି ତାଙ୍କ କାମ ସେ ଠିକ୍ କରିଛନ୍ତି । ଏବେ ପ୍ରଶ୍ନ ଉଠୁଛି ଯେ, ପୀଡିତାଙ୍କ ମୃତ୍ୟୁ ପରେ ଅଭିଯୁକ୍ତମାନେ କୋର୍ଟରୁ ଖଲାସ ହୋଇଯିବେ ନା, ସେମାନଙ୍କ କାର୍ଯ୍ୟ ପାଇଁ ସେମାନଙ୍କୁ କଠୋର ଦଣ୍ଡ ମିଳିବ। ବରିଷ୍ଠ ଆଇନଜିବୀଙ୍କ କହିବା ହେଲା, କୋର୍ଟରେ ପୀଡିତାଙ୍କ ବୟାନ ୧୬୪ଧାରାରେ ରେକର୍ଡ ହୋଇଥିବାରୁ ଅଭିଯୁକ୍ତମାନଙ୍କ ବିରୋଧରେ ଠୋସ୍ ପ୍ରମାଣ କୋର୍ଟ ପାଇସାରିଛନ୍ତି।
ଗତ ୪ତାରିଖ ସଂନ୍ଧ୍ୟାରେ, ନିକଟସ୍ଥ ଦୋକାନକୁ ପୀଡିତା ଯାଇଥିବା ବେଳେ, ସେ ପଢୁଥିବା ସ୍କୁଲ୍ ର ଜଣେ ଦଶମଶ୍ରେଣୀ ଛାତ୍ର, ତାକୁ ବଳପୂର୍ବକ ସ୍କୁଲ୍ ଭିତରକୁ ନେଇ ଦୁଷ୍କର୍ମ କରିଥିଲା । ସେଠାରେ ସ୍ଥାନୀୟ ଏକପଡାର ଅନ୍ୟ ଦୁଇଜଣ ପହଞ୍ଚି ପୀଡିତାଙ୍କୁ ଏକ ମୋଟର ସାଇକେଲ୍ ରେ ନିକଟସ୍ଥ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲେ ।ପରେ ସେଠାରେ ଅନ୍ୟ ତିନିଜଣ ପହଞ୍ଚି, ପୀଡିତାଙ୍କୁ ସାରା ରାତି ବାରମ୍ବାର ଦୁଷ୍କର୍ମ କରିଥିଲେ । ଏନେଇ ପୀଡିତା ଶାସନଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାର ଦୁଇଦିନ ପରେ ସମସ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ ।