ଓଲିଉଡରେ ଗ୍ୟାଙ୍ଗଷ୍ଟାର ଟିଟୋ ଟଙ୍କା,ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ ଏସ୍.ଟି.ଏଫ୍

ଭୁବନେଶ୍ବର  :  ଓଲିଉଡରେ ଲାଗିଛି ଗ୍ୟାଙ୍ଗଷ୍ଟର ଟିଟୋର ଟଙ୍କା ! ଏଭଳି ଏକ ସୁରାକ୍ ପାଇଛି କ୍ରାଇମବ୍ରାଞ୍ଚ ଏସ୍.ଟି.ଏଫ୍ ।  ଟିଟୋ ମାମଲାର ତଦନ୍ତ କରୁଥିବା ଏସଟିଏଫରୁ ସୂଚନା ମିଳିଛି । ଯେ,ଏକ ଓଡିଆ ଫିଲ୍ମ ନିର୍ମାଣରେ ଟିଟୋ ଟଙ୍କା ଲଗାଇଛି । ଟିଟୋର ସଂପର୍କୀୟ ଭାଇ ଜରିଆରେ ଏହି ଟଙ୍କା ଲାଗିଥିବା ଏସ୍.ଟି.ଏଫ୍  ଜାଣିବାକୁ ପାଇଛି । ଓଡ଼ିଆ ଫିଲ୍ମ ବିଶ୍ବନାଥରେ ଟିଟୋର ଟଙ୍କା ଲାଗିଥିଲା ଏନେଇ କୁହାଯାଉଛି । ସିନେମାର ମହୁରତ ପରେ ଏବେ ଏହା ସୁଟିଂ ଫ୍ଲୋରେ ଥିବା ନେଇ ବି ଚାଲିଛି ଆଲୋଚନା । ତେବେ କେବଳ ଏହି ଗୋଟିଏ ସିନେମା ନା ପୂର୍ବରୁ ଆଉ କିଛି ସିନେମାରେ ଟଙ୍କା ଲାଗିଛି ସେନେଇ  ଏସ୍.ଟି.ଏଫ୍ ଖୋଳତାଡ଼ ଚଳାଇଛି । ସେପଟେ ଟିଟୋ ଲିଙ୍କରେ ଯାଜପୁରରେ ମଧ୍ୟ ଚଢ଼ାଉ ଚାଲିଛି ।

Comments (0)
Add Comment