ଗୃହିଣୀ ହୋଇ ଶହ ଶହ କୋଟିର ମାଲିକାଣୀ କେମିତି ହେଲେ ଗ୍ୟାଙ୍କଷ୍ଟାରଙ୍କ ପତ୍ନୀ ? ଏସଟିଏଫ କୁ ସୁରାକ ୩ ଜଣ କରୁଥିଲେ ସହଯୋଗ

କେନ୍ଦ୍ରାପଡା : ସାଧାରଣ ଗୃହିଣୀ । ହେଲେ କେମିତି ହେଲେ କୋଟି ପତି । କେଉଁଠୁ ଆସିଲା ଶହ ଶହ କୋଟି । କେମିତି ହେଲେ ଏକାଧିକ ସଂଶାତାର ମାଲିକାଣି । ଗ୍ୟାଙ୍ଗଷ୍ଟାର ଟିଟୋର ସାମ୍ରାଜ୍ୟର ଖୁଲାସ କରିବା ପରେ ପତ୍ନୀଙ୍କୁ ନେଇ ଏମିତି ତଦନ୍ତ କରୁଛି କ୍ରାଇବ୍ରାଞ୍ଚ ଏସଟିଏଫ । ଗ୍ୟାଙ୍ଗଷ୍ଟାର ଟିଟୋର ପତ୍ନୀ ବେନଜୀର ବିବିକୁ ଟିଟୋର ବ୍ୟବସାୟ ସାମ୍ରାଜ୍ୟର ଖୋଳତାଡ ଲାଗି ଜେରା କରୁଛି ଏସଟିଏଫ । ଜେରାରୁ ଜଣା ପଡିଛି ବେନଜୀରଙ୍କ ନାଁରେ ଚାଲିଥିବା ଟିଟୋର ବ୍ୟବସାୟୀକ ସାମ୍ରାଜ୍ୟର ବୁଝାସୁଝା କରୁଥିଲେ ୩ ଜଣ ବ୍ୟକ୍ତି । ଏବେ ସମାନଙ୍କୁ ଏସଟିଏଫ ଜେରା କରିବ ବୋଲି ଜଣା ପଡିଛି । ତଦନ୍ତ ସମୟରେ ଦେହରେ ସାଲାଇନ ନେଇ ଶୋଇଥିଲେ ଟିଟୋଙ୍କ ପତ୍ନୀ ବେନଜୀର । ତଦନ୍ତକାରୀ ଅଧିକାରୀଙ୍କୁ ବେନଜୀର କହିଛନ୍ତି ବ୍ୟବସାୟୀକ କାଗଜ ପତ୍ର ସବୁ ତାଙ୍କ ନାଁରେ ଅଛି । ହେଲେ ବ୍ୟବସାୟ ସେ ବୁଝନ୍ତି । କେନ୍ଦ୍ରାପଡାର ଦିଲାପୁରରେ ଟିଟୋ ଘରେ ତାର ପତ୍ନୀକୁ ପାଖା ପାଖି ଦୁଇ ଘଣ୍ଟା ଜେରା କରି ଏସଟିଏଫ । ଜମେ ସାଧାରଣ ଗୃହିଣୀ ହୋଇବି ତାଙ୍କ ପାଖକୁ କେଉଁଠୁ କୋଟି କୋଟି ଟଙ୍କା ଆସିଲା ? ଅଡି ଗାଡି କିପରି କିଣା ହେଲା ? କୋଟି କୋଟି ଟଙ୍କାର ଜମି ଡିଲ କରିଛି କିଏ ? ସେ କିପରି କୋଟି କୋଟି ଟଙ୍କାର ମାଲିକାଣି ହେଲେ ? ଏମିତି ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲେ ଦୁଇଜଣ ଅଧିକାରୀ । ଜେରାରେ ଅନେକ ତଥ୍ୟ ମିଳିଥିବା କୁହାଯାଉଛି । ଏହି ଖିଅରୁ ହିଁ ଜଣା ପଡିବ ଟିଟୋ ସାମ୍ରାଜ୍ୟର ମାଲିକାଣି ବେନଜୀର ନାଁକୁ କେମିତି ଆସିଲା କୋଟି କୋଟି ଟଙ୍କା ।

Comments (0)
Add Comment