ପ୍ରେମକ ସହ ଯୌନ ସୁଖରେ ମାତିଥିବା ବେଳେ ବାପା ହାତରେ ଧରାପଡି କୂଅକୁ ଡେଇଁ ଆତ୍ମ ହତ୍ୟା କଲେ ନାବାଳିକା ପ୍ରେମକା,କଣ କଲେ ପ୍ରେମିକ?

ଜୟପୁର : ପ୍ରେମିକ ସହ ଯୌନ ସଂପର୍କରେ ମାତିଥିବାବେଳେ ଧରାପଡି ଯିବାରୁ ନାବାଳିକାଙ୍କ ଆତ୍ମ ହତ୍ୟା । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନରେ । ୧୫ ବର୍ଷୀୟା ନାବାଳିକା ଜଣଙ୍କ ହେଉଛନ୍ତି ରାଜସ୍ଥାନ ଜଲୱାର ଜିଲ୍ଲାର ଏକ ସରକାରୀରେ ସ୍କୁଲରେ ଅସଞ୍ଜତ ଅବସ୍ଥାରେ ଧରାପଡିଛନ୍ତି । ସୋମବାର ନାବାଳିକ ଜଣଙ୍କୁ ଅସଞ୍ଜତ ଅବସ୍ଥାରେ ଧରିଥିଲେ ତାଙ୍କ ବାପା । ତା ପରେ ନାବାଳିକା ଜଣଙ୍କ କୂଅକୁ ଡେଇଁ ଆତ୍ମ ହତ୍ୟା କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ନାବାଳିକାର ୨୦ ବର୍ଷିୟ ପ୍ରେମିକ ମଧ୍ୟ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ଗୁରୁତ୍ୱର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆଉ ନାବାଳିକା ପ୍ରେମିକାର ବାପା ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ପୋଲିସ ନିକଟରେ କରିଛନ୍ତି । ମନୋହରଥାନା ପୋଲିସ କହିଛନ୍ତି  ନାବାଳିକାଙ୍କ ବାପା ତାଙ୍କ ଝିଅକୁ ଅପରାହ୍ନରେ ଏପରି ଅସଞ୍ଜତ ଅବସ୍ଥାରେ ଦେଖିଥିଲେ। ନାବାଳିକାଙ୍କ ବାପାଙ୍କୁ ଦେଖିବା ପରେ ପ୍ରେମିକ ଜଣକ ଜାଗା ଛାଡ଼ି କେଉଁ ଆଡ଼େ ପଳାଇ ଯାଇଥିଲେ। ଘରକୁ ଯିବା ବାଟରେ ନାବାଳିକା ଏକ କୂଅକୁ ଡେଇ ଆତ୍ମହତ୍ୟା କରିଥିଲେ। ଯୁବକ ଜଣକ ସେହି ସ୍ଥାନ ଛାଡ଼ି ପଳାଇବା ପରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

 

Comments (0)
Add Comment