ଅଧାରୁ ପାଠ ଛାଡୁଛନ୍ତି ଝିଅ : ତଥ୍ୟକୁ ନେଇ ଗଣ ଶିକ୍ଷା ଓ ମହିଳା ଶୁଶୁ ବିକାଶ ବିଭାଗ ମୁହାଁ ମୁହିଁ

ଭୁବନେଶ୍ବର : ସ୍କୁଲ ଡ୍ରପ ଆଉଟକୁ କେଉଁ ବିଭାଗ ସତ କହୁଛି। ମହିଳା ଓ ଶିଶୁ ବିକାଶ ନା ଗଣ ଶିକ୍ଷା ବିଭାଗ। ମହିଳା ଶିଶବିକାଶ ସର୍ଭେ କହୁଛି ୫୫୮୬୮ ଝିଅ ସ୍କୁଲ ଛାଡିଥିବାବେଳେ ଗଣ ଶିକ୍ଷା ବିଭାଗ କହୁଛି ମାତ୍ର ୧୦୬୦ ଛାତ୍ରଛାତ୍ରୀ ସ୍କୁଲ ଅଧାରୁ ଛାଡିଛନ୍ତି। ମହିଳା ଓ  ଶିଶୁ ବିକାଶ ବିଭାଗ କାହାକୁ ​‌ନେଇ ସର୍ଭେ କରିଛନ୍ତି ଆମେ ଜାଣିନୁ। କିନ୍ତୁ ମହିଳା ଓ ଶିଶୁ ବିକାଶ ବଭାଗ କହୁଛି ନ୍ୟୁଟ୍ରେସନ ପ୍ରୋଗ୍ରାମ କାର୍ଯ୍ୟକାରୀ କରିବା ପୂର୍ବରୁ ସର୍ଭେ କରିବା ବେଳେ ଏଭଳି ତଥ୍ୟ ସମ୍ନାକୁ ଆସିଛିା ଯାହା ଆମେ ଗଣଶିକ୍ଷା ବିଭାଗକୁ ଜଣାଇ ଦେଉଛି

ରାଜ୍ୟରେ କେତେ ଛାତ୍ରୀ ଅଧାରୁ ପାଠ ଛାଡୁଛନ୍ତି । ଏନେଇ ରାଜ୍ୟର ଦୁଇ ବିଭାଗର ତଥ୍ୟ ଭିତରେ ତାଳମେଳ ନାହିଁ । ମହିଳା ଓ ଶିଶୁ ବିକାଶ ବିଭାଗ କହୁଛି ଡ୍ରପଆଉଟ୍ ସଂଖ୍ୟା ବଢିଛି । ସେପଟେ ଗଣ ଶିକ୍ଷା ବିଭାଗ ମାନିବାକୁ ନାରାଜ । କିଏ କହୁଛି ସତ । ଆଉ କାହିଁକି ଏପରି ଭିନ୍ନ ଭିନ୍ନ ତଥ୍ୟ ଦେଉଛନ୍ତି । ଏହା ଜାଣିବା ଆଗରୁ ପ୍ରଥମେ ଦେଖିବା ମହିଳା ଓ ଶିଶୁ ବିକାଶ ବିଭାଗର  ସର୍ଭେ ରିପୋର୍ଟ କଣ କହୁଛି । ରାଜ୍ୟରେ ୧୧ରୁ ୧୪ ବର୍ଷର ୫୫୮୬୮ ଝିଅ  ଅଧାରୁ ସ୍କୁଲ ଛାଡିଛନ୍ତି। କୋରାପୁଟରେ ୧୦୫୯୯ , ନବରଙ୍ଗପୁରରେ ୮୮୯୯, କଳାହାଣ୍ଡିରେ ୭୧୩୨, ମାଲାକାନାଗିରିରେ ୫୫୮୫, ରାୟଗଡାରେ ୫୩୨୦, ଗଞ୍ଜାମରେ ୪୨୯୬, ନୂଆପଡାରେ ୧୩୫୫, ନୟାଗଡରେ ୧୨୯୦,କେନ୍ଦୁଝରରେ ୨୬୩୬, ସୁନ୍ଦରଗଡରେ ୧୫୯୯ ଝିଅ ଅଧାରୁ ପାଠ ଛାଡିଛନ୍ତି। ଭଦ୍ରକ ଜିଲ୍ଲାକୁ ଛାଡିଦେଲେ ଅନ୍ୟ ସବୁ ଜିଲ୍ଲାରେ ଝିଅ ମାନେ ଅଧାରୁ ପାଠ ଛାଡିଛନ୍ତି।  ମହିଳା ଓ ଶିଶୁ ବିକାଶ ବିଭାଗ ଏମାନଙ୍କୁ ନ୍ୟୁଟ୍ରିସନ ଯୋଜନାରେ ସାମିଲ କରିପାରିବ ନାହିଁ, ତେଣୁ ଏମାନଙ୍କୁ ତୁରନ୍ତ ସ୍କୁଲରେ ଭର୍ତ୍ତି କରିବାକୁ ସ୍କୁଲ ଓ ଗଣ ଶିକ୍ଷା ବିାଭଗକୁ କହିଛି।

ମହିଳା ଓ ଶିଶୁ ବିକାଶ ସର୍ଭେକୁ କିନ୍ତୁ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ମାନିବାକୁ ନାରାଜ।  ଏତେ ସଂଖ୍ୟାରେ ଝିଅ ସ୍କୁଲ ଛାଡି ନାହାନ୍ତି। ଏ ସର୍ଭେ ରିର୍ପୋଟ ଭୁଲ।   ସ୍କୁଲ ଓ ଗଣ ଶିକ୍ଷା ବିଭାଗ  ୩୦ସେପ୍ଟମ୍ବର ୨୦୧୭ରେ ସର୍ଭେ କରିଥିଲା , ମାତ୍ର ୧୦୬୦ ଛାତ୍ରଛାତ୍ରୀ ସ୍କୁଲ ଅଧାରୁ ଛାଡିଛନ୍ତି।  ଶିକ୍ଷକ ମାନେ ଘର ଘର ବୁଲି ସର୍ଭେ କରିଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଦୁଇଟି ଭିନ୍ନ ରିପୋର୍ଟ ଉପରେ ତର୍ଜମା କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ। କାହାର ସର୍ଭେ ଠିକ । ମହିଳା ଓ ଶିଶୁ ବିକାଶ ନା ସ୍କୁଲ ଓ ଗଣ ଶିକ୍ଷା ବିଭାଗ। ଦୁଇ ରିପୋର୍ଟ ଭିତରେ ଆକାଶ ପାତାଳ ଫରକ ଆସିଲା କିପରି ।

Comments (0)
Add Comment