ପୁଣିଥରେ ଗୁଜରାଟରେ ଭୂକମ୍ପ ଝଟକା

ଅହମଦାବାଦ: ଗୁଜରାଟର ପୁଣିଥରେ ଆଜି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ଥିବା ଜଣାଡ଼ିଛି। ୨୪ ଘଣ୍ଟା ମଧ୍ୟରେ ଗୁଜରାଟରେ ଏହା ଦ୍ୱିତୀୟ ଭୂକମ୍ପ। ଗତରାତିରେ ମଧ୍ୟ ଗୁଜରାଟର କୁଚରେ ଭୂକମ୍ପ ଅନୁଭୂତ ହୋଇଥିଲା। ତେବେ ଏଥିରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ।

କୁଚ ଠାରୁ ୧୫ କିଲୋମିଟର ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ। ଭୂକମ୍ପ ପରେ କୁଚ ଏବଂ ଏହାର ପାଖା ପାଖି ସହରରେ କିଛି ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ରବିବାର ଦିନ ଗୁଜରାଟର କିଛି ଅଂଶରେ ୫.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ତେବେ ଏଥିରେ କୌଣସି ଲୋକଙ୍କ ଜୀବନ କି ସମ୍ପତ୍ତି କ୍ଷୟକ୍ଷତି ହୋଇନଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ କୁଚ ଜିଲ୍ଲାର ଭାଚୁଆ ନିକଟରେ ଅବସ୍ଥିତ ଥିଲା। ଆଇଏସଆରର ଜଣେ ଅଧିକାରୀ କହିଥିଲେ ଯେ ରାତି ୮.୧୩ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା।

Comments (0)
Add Comment