ଭୁବନେଶ୍ୱର : ଡାଃ ଅଭିନ୍ନ ଚନ୍ଦ୍ର ହୋମିଓପାଥି ମେଡିକାଲ କଲେଜରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,ଆଇନ,ସୂଚନା ଓ ଲୋକସଂପର୍କ ମବୀ ପ୍ରତାପ ଜେନା ଆଜି ଏକ ମିନି ଫାର୍ମାସୀ ଉଦ୍ଘାଟନ କରିବା ସହିତ ରାଜ୍ୟ ଔଷଧ ପରୀକ୍ଷଣ ପ୍ରୟୋଗଶାଳାର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ମବୀ ଶ୍ରୀ ଜେନା କହିଛନ୍ତି ଯେ ୩କୋଟି ୧୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରତିଷ୍ଠା ହୋଇଥିବା ଏବି ମିନି ଫାର୍ମାସୀ ସରକାରୀ ସ୍ତରରେ ଦେଶର ୨ୟ ହୋମିଓପାଥି ଫାର୍ମାସୀ । ହୋମିଓପାଥିକ୍ ଔଷଧ ପ୍ରସ୍ତୁତି କ୍ଷେତ୍ରରେ ଏହା ରାଜ୍ୟର ପ୍ରଥମ ସରକାରୀ ଉଦ୍ୟୋଗ । ପ୍ରାୟ ୨୦୦ଟି ଔଷଧ ପ୍ରସ୍ତୁତି ନିମନ୍ତେ ଏହା ମନ୍ୟତାପ୍ରାପ୍ତ । ବର୍ତମାନ ଉପଲ୨ ଥିବା ବ୍ୟବସ୍ଥା ମଧ୍ୟରେ ଏହି ଅନୁଷ୍ଠାନ ରାଜ୍ୟର ପ୍ରାୟ ୫୫୦ ସରକାରୀ ହୋମିଓପାଥିକ ୍ ଚିକିତ୍ସାଳୟ ଓ ୪ ଟି ହସପିଟାଲକୁ ଔଷଧ ଯୋଗାଇ ଆସୁଛି । ଏହାର ଦକ୍ଷତା ବୃଦ୍ଧିକରାଯାଇ ଆମ ରାଜ୍ୟର ଆବଶ୍ୟକତା ପୂରଣ କରିବା ସହିତ ଅନ୍ୟ ରାଜ୍ୟକୁ ମଧ୍ୟ ଔଷଧ ଯୋଗାଇ ଦେଇ ପାରିବ ।
ସେହିପରି ଏକ କୋଟି ୨୬ ଲକ୍ଷ ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବାକୁ ଯାଉଥିବା ଔଷଧ ପ୍ରୟୋଗଶାଳା ଦେଶର ୨ୟ ଏବଂ ରାଜ୍ୟମାନଙ୍କ ମଧ୍ୟର ପ୍ରଥମ ପ୍ରୟୋଗଶାଳା । ଏହି ପ୍ରୟୋଗଶାଳା କାର୍ଯ୍ୟକ୍ଷମ ହେଲେ ଆମ ରାଜ୍ୟ ସହିତ ଅନ୍ୟ ରାଜ୍ୟର ପ୍ରସ୍ତୁତ ହେଉଥିବା ହୋମିଓପାଥି ଔଷଧର ମାନ ଓ ଗୁଣବତା ଏଠାରେ ପରୀକ୍ଷା କରାଯାଇପାରିବ । ରାଜ୍ୟର ଆୟୁଷ୍ଶି କ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ । ଆମରାଜ୍ୟରେ ଆୟୁଷ୍ ଚିକିତ୍ସା ବ୍ୟବସ୍ଥାର ବିକାଶ ନିମନ୍ତେ ଆବଶ୍ୟକୀୟ ପଦ କ୍ଷକ୍ଷେପ ଗ୍ରହଣ କରାଯାଇଛି ବୋଲି ମବୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି ।
ଏହି ସମାରୋହରେ ସାଂସଦ ଡଃ ପ୍ରସନ୍ନ କୁମାର ପାଟଶାଣୀ , ବିଧାୟକ ବିଜୟ କୁମାର ମହାନ୍ତି , ଆୟୁଷ୍ ନିର୍ଦ୍ଦେଶକ ଅଶ୍ୱନୀ କୁମାର ମିଶ୍ର ଏବଂ ଅଧ୍ୟକ୍ଷ ତଥା ଅଧୀକ୍ଷକ ପ୍ରଫେସର ସୁଧୀର କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।