ସାମ୍ଭାବ୍ୟ ବନ୍ୟା ଞ୍ଚଳରେ ଗର୍ଭବତୀଙ୍କୁ ଆଗୁଆ ମା ଗୃହକୁ ଆଣି ଯତ୍ନ ନେବାକୁ ସ୍ବାସ୍ଶ୍ୟ ମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ବର : ବର୍ଷା ଓ ସାମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ଲାଗି ଆଗୁଆ ପଦକ୍ଷେପ ନେଇଛି ସ୍ବାସ୍ଥ୍ୟ ବିଭାଗ । ଲୋକଙ୍କୁ କିପରି ତୁରନ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇ ହେବ ସେନେଇ ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ  ପ୍ରତାପ ଜେନା ।ସ୍ବତନ୍ତ୍ର ଡାକ୍ତରୀ ଟିମ ଗଠନ କରାଯାଇଛି । ସାପ କାମୁଡା ଇଞ୍ଜେକସନ  ସହ ଓଆରଏସ,ହାଲୋଜିନ ବଟିକା ,ବ୍ଲିଚିଙ୍ଗ ଓ ଆଣ୍ଟିବାୟୋଟିକ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଔଷଧ ମହଜତୁ ରହିଛି । ସ୍ବାସ୍ଥ୍ୟ ବିଭାଗର ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାଯ୍ୟ ଆରମ୍ଭ କରିଛି । ୧୦୮ ଓ ୧୦୨ ଆମ୍ବୁଲାନ୍ସ ଏବଂ ଆରବିକେଏସ ଗାଡି ଗୁଡିକ ସଜାଗ ରଖିବାକୁ ନିର୍ଦେଶ ଦେିଛନ୍ତି ସରକାର । ବନ୍ୟା ଓ ଅନ୍ୟ ଦୁର୍ଗମ ଅଞ୍ଡଳରେ ୧୫ ଦିନ ଭିତରେ ସାମ୍ଭାବ୍ୟ ପ୍ରସବ ହେବାକୁ ଥିଲେ ସେମାନଙ୍କୁ ନିକଟବର୍ତ୍ତୀ ମା ଗୃହକୁ ଆଣି ରଖି ଯତ୍ନ ନେବାକୁ ନିର୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ।

ସ୍ୱତବ ଡାକ୍ତରୀଦଳ ଗଠନ ସହିତ ସାପକାମୁଡା ଇଂଜେକ୍ସନ , ଓ.ଆର୍.ଏସ୍ ,

ହାଲୋଜେନ ବଟିକା ଓ ଆବଶ୍ୟକୀୟ ଔଷଧ ମହଜୁଦ ରହିଛି

୨୪ ଘଂଟିଆ ନିୟବଣ କକ୍ଷ କାର୍ଯ୍ୟକ୍ଷମ

ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ

ବନ୍ୟା ଓ ବନ୍ୟା ପରବର୍ତି ସମୟରେ ସାଧାରଣତ ଥଣ୍ଡା .ଜ୍ୱର ,ପତଳାଝାଡା , କାଶ ଆଦିରେ ଲୋକମାନେ ଆକ୍ରାନ୍ତ ହୋଇଥାଆନ୍ତି । ତେବେ ସେମାନଙ୍କୁ ଆବଶ୍ୟକ ଚିକିତ୍ସା ଓ ମାଗଣାରେ ଔଷଧ ଯୋଗାଇ ଦିଆଯିବା ନିମନ୍ତେ ବ୍ୟବସ୍ଥା କରାଯାଇଛି ବୋଲି ମବୀ ଶ୍ରୀ ଜେନା କହିଛନ୍ତି । ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ମବୀ ଶ୍ରୀ ଜେନା କହିଛନ୍ତି ଯେ ବର୍ଷା ଯୋଗୁଁ ପ୍ରଭାବିତ ଅଂଚଳ ଏବଂ ସମ୍ଭାବ୍ୟ ବନ୍ୟା ପ୍ଳାବିତ ଅଂଚଳରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍ୱତବ ଡାକ୍ତରୀ ଦଳ ମଧ୍ୟ ଗଠନ କରାଯାଇଛି । ସାପକାମୁଡା ଇଂଜେକ୍ସନ ସମେତ ହାଲୋଜେନ ବଟିକା , ଓ.ଆର୍.ଏସ୍ , ବ୍ଲିଚିଂ , ଆଂଟିବାୟୋଟିକ୍ ଏବଂ ଅନ୍ୟାନ ଆବସ୍ୟକ ଔଷଧ ମହଜୁଦ ରହିଛି । ପରିସ୍ଥିତ ଉପରେ ନଦର ରଖିବାକୁ ରାଜ୍ୟସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ ୨୪ ଘଂଟିଆ ନିୟବଣକକ୍ଷ ଖୋଲା ଯାଇଛି । ବିଭିନ୍ନ ଜିଲ୍ଲା ପାଇଁ ନୋଡାଲ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ବନ୍ୟାସମୟରେ ଜଳବନ୍ଦି ହେଉଥିବା ଲୋକଙ୍କ ପାଖରେ ଚିକିତ୍ସା ସେବା ପହଂଚାଇବା ପାଇଁ ମେଡିକାଲ ରିଲିଫ୍ କେନ୍ଦ୍ର ଖୋଲାଯିବ ଓ ଭ୍ରାମ୍ୟମାଣ ଚିକିତ୍ସକ ଦଳ ମଧ୍ୟ ବ୍ୟବସ୍ଥା କରାଯାଇଛି । ୧୦୮ ଓ ୧୦୨ ଆମ୍ବୁଲାନ୍ସ ଏବଂ ଆର୍.ବି.କେ.ଏସ୍ ଗାଡିଗୁଡିକୁ ବିଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କରେ ପ୍ରସ୍ତୁତ କରି ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ଷା ଓ ବନ୍ୟା ପାଣି ହ୍ରାସ ପାଇବା ମାତ୍ରକେ ପାନୀୟଜଳ ଉତ୍ସଗୁଡିକୁ ଯୁଦ୍ଧକାଳୀନ ଭିତିର ବିଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୧ନ୍ୱିତ ରୋଗସର୍ବେକ୍ଷଣ ବ୍ୟବସ୍ଥା ମାଧ୍ୟମରେ ଦୈନିକ ରିପୋର୍ଟ ସଂଗ୍ରହ କରାଯାଇ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ କୁହାଯାଇଛି । କୌଣସି ସ୍ଥାନରେ ଯେପରି ପତଳା ଝାଡା ଆଦି ମହାମାରୀ ରୁପ ନନିଏ ସେଥି ପ୍ରତି ସତର୍କ ରହିବାକୁ ମବୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବନ୍ୟାଅଂଚଳ , ଅନ୍ୟାନ୍ୟ ଦୁର୍ଗମ ଅଂଚଳର ଗର୍ଭବତୀ ମହିଳା , ଯେଉଁ ମାନଙ୍କର ୧୫ ଦିନ ମଧ୍ୟରେ ସମ୍ଭାବ୍ୟ ପ୍ରସବ ତାରିଖ ଥିବା ମହିଳାମାନଙ୍କୁ ନିକଟବର୍ତି ସୁରକ୍ଷିତ ମା’ଗୃହକୁ ଆଣି ରଖି ସେମାନଙ୍କ ଯତ୍ନ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସଚିବାଳୟଠାରେ ଅନୁଷ୍ଠିତ ଉକ୍ତ ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା , ରାଜ୍ୟ ମେଡିକାଲ ନିଗମ ଏମ୍.ଡି ଅର୍ଚ୍ଚନା ପ…ନାୟକ , ସ୍ୱତବ ସଚିବ ଡାଃ ବସନ୍ତ ପଣ୍ଡା ,ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାଃ ବି.କେ.ବ୍ରହ୍ମା , ଅତିରିକ୍ତ ନିର୍ଦ୍ଦେଶକ ଡାଃ ଶକ୍ତିପ୍ରସାଦ ପାଢୀ , ଉପନିର୍ଦ୍ଦେଶକ ଡାଃ ଅର୍ଘ୍ୟ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

 

Comments (0)
Add Comment