ରାଜ୍ୟରେ ସକାଳୁ ତାତି ଅନୁଭୂତ । ଘରୋଇ ପାଣିପାଗ ସଂସ୍ଥା ଆକ୍ୟୁ ୱେଦର ଅନୁଯାୟୀ ସକାଳ ୯ଟା ସୁଦ୍ଧା ଭୁବନେଶ୍ୱରର ପାରଦ ୩୬ ଡିଗ୍ରୀ ସେଲସିଅସ୍ ରହିଛି । ତେବେ ଆକାଶ ସାମାନ୍ୟ ମେଘୁଆ ରହିଛି ଏବଂ ଆର୍ଦ୍ରତା ପ୍ରାୟ ୬୦ପ୍ରତିଶତ ରହୁ ଥିବାରୁ ୪୩ଡିଗ୍ରୀ ଭଳି ତାତି ଅନୁଭୂତ ହେଉଛି । ତେବେ ଦିନ ଗୋଟେ ବେଳକୁ ତାପମାତ୍ରା ୪୦ ଡିଗ୍ରୀ ଟପିଯିବ । କିନ୍ତୁ ସେହିସମୟରେ ୪୬ ରୁ ୪୭ ଡିଗ୍ରୀ ସେଲସିଅସ୍ ଭଳି ତାତି ଅନୁଭୁତ ହୋଇପାରେ । ଘରୁ ବାହାରିବାକୁ ଲୋକେ ଭୟ କରୁଛନ୍ତି । ରାଜ୍ୟର ୧୫ଟି ସହରରେ କାଲି ତାତି ୪୦ଡିଗ୍ରୀ ଟପିତିଲା । ଆଜି ମଧ୍ୟ ଅନେକ ସ୍ଥାନରେ ହିଟୱେଭ୍ ଆଲର୍ଟ ଜାରି କରାଯାଇଛି । ଦିନ ୫ଟା ଯାଏ ଭୀଷଣ ତାତି ଅନୁଭୂତ ହେବ । ରାତିରେ ବି ଗରମ ଗୁଳୁଗୁଳିରୁ ବିଶେଷ ନିସ୍ତାର ମିଳିବନି । କିନ୍ତୁ ଆଜି ବର୍ଷାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରିଛି ।