୨୪ ଘଣ୍ଟାରେ ୭ ଜିଲ୍ଲାରେ ବର୍ଷିବ,୧୪ରୁ ଉପକୂଳରେ ଛେଚିବ

ଭୁବନେଶ୍ୱର : ଆଜି ପ୍ରବଳ ବର୍ଷିବ । ରାଜ୍ୟର ୭ ଜିଲ୍ଲାରେ ଏମିତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ଭିତରେ କୋରାପୁଟ,ମାଲକାନାଗିରୁ,ବୌଦ୍ଧ,ସୋନପୁର,ବରଗଡ,ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଗୁଅ ସୂଚନା ଜାରି କରିଛି ପାଣିପାଗ ବିଭାଗ । ସେହିପରି ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ୧୪ ତାରିଖ ବେଳକୁ ଉପକୂଳ ଓଡିଶାରେ ବର୍ଷା ଅଧିକ ହେବ ବୋଲି କହିଛି ପାଣିପାଗ ବିଭାଗ ।ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଝାରଖଣ୍ଡ ଓ ଉତ୍ତର ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ଆସନ୍ତା ୧୨ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ। ତେବେ ୧୩ତାରିଖରେ ଓଡ଼ିଶା ଓ ପଶ୍ଚିମବଙ୍ଗ ସଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। କ୍ରମଶଃ ଏହାର ପ୍ରକୋପ ବଢ଼ିବା ସହିତ ୧୪ ତାରିଖ ବେଳକୁ ଉପକୂଳ ଓଡ଼ିଶା ଓ ଏହାର ସଲଗ୍ନ ଅଞ୍ଚଳରେ ବର୍ଷା ହେବା ସହିତ ୧୫ତାରିଖ ପର୍ଯ୍ୟନ୍ତ ଏହା ଲାଗି ରହିବ। ଚଳିତ ରଥଯାତ୍ରାରେ ଭୁବନେଶ୍ୱର, ପୁରୀ ସମେତ କେନ୍ଦ୍ରୀୟ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷାର ଆଶଙ୍କା ଦେଖା ଦେଇଛି।

Comments (0)
Add Comment