କାଲିଠୁ ବର୍ଷିବ,୨୮ ଯାଏ ଉପକୂଳ ଓଡିଶା,ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ଛେଚିବ

ଭୁବନେଶ୍ବର : ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଅଞ୍ଛଳରେ ଳଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଜିଠାରୁ ବର୍ଷା ଆରମ୍ଭ ହେବ । ଆସନ୍ତା କାଲି ଠାରୁ ଉପକୂଳ ଓଡିଶା,ପଶ୍ଚିମ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବ । ଏମିତି ଆକଳନ କରିଛି ପାଣିପାଗ ବିଭାଗ । ୨୮ ତାରିଖ ଯାଏ  ବର୍ଷା ଲାଗି ରହିବ । କାଳିଠୁ ୮ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବଲାଙ୍ଗୀର,ବରଗଡ,ଗଜପତି,ରାୟଗଡା,କଳାହାଣ୍ଡି,ସମ୍ବଲପୁର,ସୋନପୁର ଜିଲ୍ଲାରେ ବର୍ଷା ଲାଗି ରହିବ । ଏହା ସହ ମହାନଦୀ,ବୈତରଣୀ ଓ ବ୍ରାହ୍ଣଣୀ ନଦୀ ଉପରମୁଣ୍ଡରେ ବର୍ଷା ହେବ ବୋଲି କହିଛି ପାଣିପାଗ ବିଭାଗ ।

Comments (0)
Add Comment