୧୪ଜିଲ୍ଲାରେ ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରୁ ଉତ୍ତର ପୂର୍ବ ଦିଗକୁ ଏକ ଟ୍ରାପ୍ ଜାରି ରହିଥିବାର ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୪ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପୁର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେଓଗଡ଼, କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରପଡ଼ା, ବଲାଙ୍ଗିର ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଣୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପରୁ କୁହାଯାଇଛି ।
ପାଣିପାଗ କେନ୍ଦ୍ର ରେକର୍ଡ ଅନୁଯାୟୀ ଗତକାଲି ସୁନ୍ଦରଗଡ଼ରେ ୧୩ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଯାଜପୁରରେ ୧୧ ମିମି, କଟକରେ ୧୦ ମିମି, ଢେଙ୍କାନାଳରେ ୯ ମିମି, ଭଦ୍ରକରେ ୮ମିମି, ମୟୁରଭଞ୍ଜରେ ୮ ମିମି କୋରାପୁଟରେ ୮ ମିମି ବର୍ଷା ରେକର୍ଡ କରାଯାଇଛି । ତେବେ

ଚଳିତ ମୌସୁମିରେ ରାଜ୍ୟର ୩୧୪ ବ୍ଲକ ମଧ୍ୟରୁ ୩୦ଟି ବ୍ଲକ୍ରେ କମ୍ ବୃଷ୍ଟିପାତ ରେକର୍ଡ କରାଯାଇଥିବା ବେଳେ ୬ଟି ବ୍ଲକ୍ରେ ସର୍ବାଧିକ କମ୍ ବୃଷ୍ଟିପାତ ହୋଇଥିବା ଜଣାପଡ଼ିଛି ।
ସରକାରୀସୂତ୍ର ଅନୁଯାୟୀ ୧୦୮ଟି ବ୍ଲକ୍ରେ ବଳକା ବୃଷ୍ଟିପାତ ହୋଇଛି । ଜୁନ୍ ୧ରୁ ସେପ୍ଟେମ୍ବର ୨ ତାରିଖ ମଧ୍ୟରେ ୧୭୦ଟି ବ୍ଲକ୍ରେ ସ୍ୱାଭାବିକ୍ ବୃଷ୍ଟିପାତ ହୋଇଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର୍ଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ତେବେ ୯ଟି ଜିଲ୍ଲାରେ ବଳଳା ବୃଷ୍ଟିପାତ ୧୯ ପ୍ରତିଶତରୁ ଅଧିକ ରହିଥିବା ବେଳେ ୨୧ ଜିଲ୍ଲାରେ ସ୍ୱାଭାବିକ୍ ବୃଷ୍ଟିପାତ ହୋଇଥିବା ଜଣାପଡ଼ିଛି । ଅପରପକ୍ଷରେ ଜୁନ୍ ୧ଠାରୁ ଆଜି ସୁଦ୍ଧା ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ବଳକା ବୃଷ୍ଟିପାତ ପରିମାଣ ୧୨.୨ ପ୍ରତିଶତ ରହିଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର୍ଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛ

Comments (0)
Add Comment