ଖୋଲିଲା ହୀରାକୁଦର ୪୬ଟି ଗେଟ୍

ଭୁବନେଶ୍ୱର: ଶନିବାର ସକାଳେ ହୀରାକୁଦ ଡ୍ୟାମର ୨ଟି ଗେଟ୍‌ ଖୋଲାଯିବା ପରେ ଏବେ ଡ୍ୟାମର ଆଉ ୨ ଟି ଗେଟ୍‌ ଖୋଲାଯାଇଛି। ଫଳରେ ଏବେ ୪୬ ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ତେବେ ଡ୍ୟାମ୍‌ର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ଜଳସ୍ତର ଏବେ ୬୨୬.୪୭ ଫୁଟ ରହିଛି।

ସେହିପରି ହୀରାକୁଦ ଜଳ ଭଣ୍ଡାରକୁ ପ୍ରବେଶ କରୁଛି ୮ ଲକ୍ଷ ୮୬ ହଜାର କ୍ୟୁସେକ୍ ଜଳ। ନିଷ୍କାସିତ ହେଉଛି ୬ ଲକ୍ଷ ୯୫ ହଜାର ୧୭୨ କ୍ୟୁସେକ୍ ଜଳ।

ଏବେ ମୁଣ୍ଡଳି ଦେଇ ୯ ଲକ୍ଷ ୧୦ ହଜାର ୮୨୫ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ପହଞ୍ଚିପାରେ ବନ୍ୟା ଜଳ। ମୁଣ୍ଡଳିରେ ବନ୍ୟା ପାଣି ପହଞ୍ଚିବା ପରେ ସ୍ଥିତି କ’ଣ ହେବା ତାକୁ ନେଇ ସମସ୍ତେ ଆଶଙ୍କାରେ ରହିଛନ୍ତି।

Comments (0)
Add Comment