ମହିଳା ଓ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ପୁଲିସ ଅଧିକାରୀ ଅଧିକ ଦାୟିତ୍ୱବାନ ଓ ସମ୍ବେଦନଶୀଳ ହେବାକୁ ମନ୍ତ୍ରାଳୟ ପରାମର୍ଶ ଦେଇଛି । ଏ ନେଇ ସ୍ୱରାଷ୍ଟ୍ର ସଚିବ ଅଜୟ କୁମାର ଭଲ୍ଲା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ପ୍ରତି ଦୁଷ୍କର୍ମ ମାମଲାର ତଦନ୍ତ ସ୍ଥାନୀୟ ପୁଲିସ ୨ ମାସ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ । ଏ ନେଇ ଅଧିକ ତତ୍ପରତା ପ୍ରକାଶ କରିବାକୁ କେନ୍ଦ୍ରରୁ ଆସିଥିବା ଚିଠିରେ ଉଲ୍ଲେଖ ରହିଛି ।