ଫେସ ବୁକ ପ୍ରେମରୁ ଅନର କିଲିଂ : ଚାଟିଂ କରୁଥିବା ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦେଲେ ଯୁବତୀଙ୍କ ଘର ଲୋକ

ହରିୟାଣା : ଫେସବୁକରେ ଫ୍ରେଣ୍ଡ ରିକୁଏଷ୍ଟେରୁ ବନ୍ଧୁତା । ବନ୍ଧୁତାରୁ ପେସବୁକରେ ଚାଟିଙ୍ଗ ଆଉ କଥାବାର୍ତା । ବାସ ତା ପରେ ପ୍ରେମ । ହେଲେ ଏହି ଫେସବୁକ ପ୍ରେମ ଏବେ ମହଙ୍ଗା ପଡିଛି ପ୍ରେମୀ ଯୁଗଲଙ୍କୁ । ପୁଅ- ଝିଅ ଦୁହେଁ ଫେସବୁକ ଫ୍ରେଣ୍ଡରୁ ପ୍ରେମରେ ପଡିଥାବା ଜାଣି ରାକ୍ଷସ ପାଲଟି ଯାଇଥିଲେ ଝିଅର ପରିବାର ଲୋକେ । ପ୍ରେମସଂପର୍କକୁ ବନ୍ଦ କରିବାର କୈଣସି ବାଟ ନପାଇ ଶେଷରେ ନିଜ ଝିଅର ପ୍ରେମିକ ଅର୍ଥାତ ଯୁବକଙ୍କୁ ହତ୍ୟାତ କରିଛନ୍ତି । ଅନର କିଲିଂର ଶିକାର ହୋଇଛନ୍ତି ଯୁବକ । ଯୁବତୀଙ୍କ ପରିବାର ଲୋକେ ଯୁବକଙ୍କୁ କେବଳ ହତ୍ୟା କରି ନାହାନ୍ତି ବରଂ ହତ୍ୟାକରି ଡାକ୍ତରଖାନା ଆଗରେ ଫୋପାଡି ଦେଇଛନ୍ତି । ଏମିତି ଘଟଣା ଘଟିଛି ହରିୟାନାର ପାନିପଥରେ । ଏହି ଅନର କିଲିଂକୁ ନେଇ ସାରା ହରିୟାନାରେ ଚର୍ଚ୍ଚା ଚାଲିଛି । ଏହି ଘଟଣା ପରେ ଯୁବକଙ୍କ ପରିବାର ଲୋକେ ଯୁବତୀଙ୍କ ବାପାଙ୍କ ସମେତ ଅନ୍ୟ ୬ଜଣଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୁଲିସ ଯୁବତୀଙ୍କ ବାପାଙ୍କ ସମେତ ୩ଜଣଙ୍କୁ ଡ଼ାକି ପଚରାଉଚରା କରିଥିବା ବେଳେ ଯୁବତୀଙ୍କ ପତ୍ତା ମିଳି ପାରି ନାହିଁ ।ଏ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସୂଚନା ମୁତାବକ,ମୃତକ ମନ୍‌ଜିତ୍‌ ଗାଁ ପାଖରେ ଥିବା ଅଲ୍‌ଟ୍ରାଟେକ୍‌ ସିମେଣ୍ଟ କମ୍ପାନିରେ କାମ କରୁଥିଲେ । ଅଗଷ୍ଟ୯ରେ ମନ୍‌ଜିତ୍‌ କାମ ଅଛି କହି ବାହାରକୁ ଚାଲି ଯାଇଥିଲେ । ରାତି ୯ଟା ପରେ ତାଙ୍କ ଫୋନ ବନ୍ଦ ଆସିବାରୁ ପରିବାର ଲୋକେ ଚାରିଆଡ଼େ ଖୋଜିବା ପରେ ମନ୍‌ଜିତ୍‌ଙ୍କ ପତ୍ତା ମିଳି ନଥିଲା । ଅଗଷ୍ଟ୧୦ରେ ପୁଲିସକୁ ଡ଼ାକ୍ତରଖାନା ବାହାରେ ମୃତ ଦେହ ମିଳିବା ପରେ ବ୍ୟବଚ୍ଛେଦ କରାଇ ଚିହ୍ନଟ ପାଇଁ ତାଙ୍କର ଏକ ଫଟୋ ଫେସ୍‌ବୁକ୍‌ରେ ଛାଡ଼ିଥିଲେ । ୩ ଦିନ ପରେ ଅଗଷ୍ଟ ୧୩ ତାରିଖରେ ନିଜ ପୁଅକୁ ଚିହ୍ନଟ କରିବା ପରେ ପୁଲିସ ପାଖରେ ଯାଇ ପହଞ୍ଚିଥିଲେ ମନ୍‌ଜିତ୍‌ଙ୍କ ପରିବାର ଲୋକେ । ସେଠାରେ ପୁଲିସ ଘଟଣାକୁ ନେଇ କାହା ଉପରେ ସନ୍ଦେହ କରୁଛ ବୋଲି ପଚାରିବା ପରେ ‘ମୋ ପୁଅ ଫେସ୍‌ବୁକ୍‌ରେ ଜଣେ ଯୁବତୀଙ୍କ ସହ କଥା ହେଉଥିଲେ । ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ଭାବି ଯୁବତୀଙ୍କ ପରିବାର ଲୋକେ ଫୋନ କରି ମୋ ପୁଅକୁ ଡ଼ାକିବା ସହ ତାହାର ହତ୍ୟା କରିଥିବା’ କହିଥିଲେ ମନ୍‌ଜିତ୍‌ଙ୍କ ବାପା ସତୀଶ । ତଦନ୍ତରୁ ମନ୍‌ଜିତ୍‌ ବିବାହିତ ବୋଲି ଜଣାପଡ଼ିଛି ।

Comments (0)
Add Comment