ଅନର୍କିଲିଂ !

କାକଟପୁର  : କାକଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ କଲେଜ୍ ଛାତ୍ରୀ ନିଜ ଘରେ ବିଷପାନ କରି ଆତ୍ମହତ୍ୟା କରିଥିବା ତାଙ୍କର ବଡ଼ବାପା କାକଟପୁର ଥାନାରେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୁଲିସ୍ ପହଞ୍ôଚ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ଚାରିଛକ ହସ୍ପିଟାଲକୁ ପଠାଇଛି । ଏ ନେଇ କାକାଟପୁର ଥାନାରେ କେସ୍ ନଂ-୫/୧୮ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ତେବେ ସେହି ପରିବାରର ଜଣେ ସମ୍ପର୍କୀୟ ମହିଳା ଏହା ଏକ ଅନର୍ କିଲିଂ ଘଟଣା ବୋଲି କହିବା ସହ ଛାତ୍ରୀଙ୍କ ପାଳିତ ବାପା ତାଙ୍କୁ ହତ୍ୟାକରି ଆତ୍ମହତ୍ୟା ରୂପ ଦେଇଥିବା ଅଭିଯୋଗ କରିଛନ୍ତି । ସେ ଘଟଣାର କ୍ରାଇମ ବ୍ରାଞ୍ଚ୍ ତଦନ୍ତ ଦାବିକରି ମୁଖ୍ୟମନ୍ତ୍ରୀ, ପୁଲିସ୍ ମହାନିର୍ଦ୍ଦେଶକ, ପୁରୀ ଏସ୍ପିଙ୍କ ନିକଟକୁ ଅଭିଯୋଗ ପଠାଇଛନ୍ତି । ତେବେ ଏହି ଅଭିଯୋଗକୁ ମୃତ ଛାତ୍ରୀଙ୍କ ପାଳିତ ବାପା ଖଣ୍ଡନ କରିବା ସହ ଏହା ତାଙ୍କ ପରିବାରକୁ ବଦ୍ନାମ କରିବା ପାଇଁ ଏକ ଚକ୍ରାନ୍ତ ବୋଲି କହିଛନ୍ତି । ଏ ନେଇ ଥାନାରେ ଅଭିଯୋଗ ହୋଇନଥିବା ପୁଲିସ୍ କହିଛି । ଘଟଣାର ତଦନ୍ତ ଚାଲିଥିବା ଥାନାଧିକାରୀ ସଫେଇ ଦେଇଛନ୍ତି ।

Comments (0)
Add Comment