ପତ୍ନୀଙ୍କୁ ପରପୁରୁଷ ସହ ରାତି କାଟିବାକୁ ବାଧ୍ୟ କଲେ ସ୍ୱାମୀ, ସ୍ତ୍ରୀ ରାଜି ନହେବାରୁ ପାନୀୟରେ ନିଶା ଦେଇ ଅଚେତ କରି କଣ କଲେ ସ୍ୱାମୀ ?

ସାହାଜାହାନପୁର:  ସ୍ୱାମୀ ଇହ କାଳ ପର କାଳର ଦେବତା । ହେଲେ ସେଇ ଦେବତା ଯଦି ସଇତାନ ପାଲଟେ ତେବେ କଣ କରିବ ବିଚରା ହାତ ଧରି ବାହା ହୋିଥିବା ପତ୍ନୀ ଜଣଙ୍କ । ଏମିତି ଜଣେ ସଇତାନ ସ୍ୱାମୀର କାରନାମାକୁ ନେଇ ଏବେ ଗଣମାଧ୍ୟମରେ ଖବର ଆସିଛି । ମାତ୍ର ଟଙ୍କା କେଇଟା ଲାଗି ନିଜ ପତ୍ନୀଙ୍କୁ ପରପୁରୁଷ ସହ ରାତି ବିତାଇବାକୁ ବାଧ୍ୟ କରିଛନ୍ତି ସ୍ୱାମୀ । ହେଲେ ଏଥିରେ ରାଜି ନ ହେବାରୁ ପତ୍ନୀଙ୍କୁ ସ୍ୱାମୀର ନିର୍ଯ୍ୟାତନା ସହିବାକୁ ପଡିଛି । ଏମିତି ଅଭାବନୀୟ ଘଟଣା ଘଟିଛି ସାହାଜାହାନାପୁରର ନିଗୋହି ଥାନା ଅଞ୍ଚଳରେ । ଟଙ୍କା କେଇଟା ଲାଗି ପରପୁରୁଷ ସହ ପତ୍ନୀଙ୍କୁ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କଲେ ସ୍ୱାମୀ । ଏଥିରେ ପତ୍ନୀ ରାଜି ହେଲେନି । ଏଥିରେ ରାଗି ଯାଇ ପତି ଜଣଙ୍କ ପତ୍ନୀଙ୍କୁ ନିଶା ପାନୀୟ ଦେଇ ସଗ୍ୟାଂହୀନ କରିଦେଲେ । ପରେ ରେଜରେ ପତ୍ନୀଙ୍କୁ ଲଣ୍ଡା କରିଦେଲେ ସ୍ୱାମୀ । ମହିଳା ଜଣଙ୍କ ନିଜ ପତିଙ୍କ ନାଁରେ ଏପରି ଅଭିଯୋଗ କରିବା ପରେ ପୁଲିସ ପତି ଅଶକୋ କୁମାରଙ୍କୁ ଗିରଫ କରିଛି ।

ପୁଲିସ ସୂତ୍ରରୁ ଖବର ଅନୁସାରେ , ସାହାଜାହାନପୁରର ନିଗୋହି ଥାନା ଅଞ୍ଚଳର ଅଶୋକ କୁମାର( ୩୨ ବର୍ଷ) ବିଭିନ୍ନ ପ୍ରକାର ବେଆଇନ ମଦ ପ୍ରସ୍ତୁତ କରି ବେପାର ଚଳାଏ ଓ ଏଥିପାଇଁ ପୂର୍ବରୁ ମଧ୍ୟ ଗିରଫ ହୋଇଛି।ତେବେ ଅଶୋକଙ୍କ ପତ୍ନୀ ଖୁସ୍‌ବୁ ଦେବୀ(୨୮ ବର୍ଷ) ତାଙ୍କ ସ୍ୱାମୀ ଅଶୋକ ଓ ଦିଅର ମନୋଜ କୁମାରଙ୍କ ନାମରେ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି ଯେ ଏହି ଦୁଇଜଣ ତାଙ୍କୁ କିଛି ନିଶା ମିଶ୍ରିତ ପାନୀୟ ପିଇବାକୁ ଦେଲେ। ଏହା ପିଇବା ପରେ ସେ ଚେତାଶୂନ୍ୟ ହୋଇ ପଡ଼ିବା ପରେ ସ୍ୱାମୀ ଓ ଦିଅର ମିଶି ତାଙ୍କୁ ଲଣ୍ଡା କରି ଦେଇଛନ୍ତି।  ୯ ବର୍ଷ ତଳେ ଖୁସବୁ ଅଶୋକଙ୍କୁ ବିବାହ କରିଥିଲେ।ସେମାନଙ୍କର ୨ଟି ସନ୍ତାନ ଅଛନ୍ତି।ତେବେ ଗତ ରବିବାର ଦିନ ଖୁସ୍‌ବୁ ତାଙ୍କ ଭଉଣୀଙ୍କ ଘରୁ ପେରିବା ପରେ ଅଶୋକ ତାଙ୍କୁ ଅନ୍ୟ କୌଣସି ପରପୁରୁଷଙ୍କ ସହିତ ଶରୀରିକ ସମ୍ପର୍କ ରଖି କିଛି ଟଙ୍କା ଆଣିବାକୁ ବାଧ୍ୟ କରିଥିଲେ। ମାତ୍ର ସ୍ୱାମୀଙ୍କ ଏହି ଅନୈତିକ କାର୍ଯ୍ୟକୁ ସମର୍ଥନ ନ ଦେଇ ଖୁସବୁ ଅନ୍ୟ ଏକ କୋଠରୀକୁ ଚାଲିଯାଇଥିଲେ। ତେବେ ରାତିରେ ଖାଇବା ପରେ ସେ ସଜ୍ଞାହୀନ ହୋଇପଡ଼ିଥିଲେ। ପରେ ତାଙ୍କୁ ତାଙ୍କ ପିଲାମାନେ କହିଥିଲେ ଯେ ଅଶୋକ ଓ ମନୋଜ ତାଙ୍କ ଲମ୍ବା , କଳା ଘନ କେଶକୁ କାଟି ଲଣ୍ଡା କରି ଦେଇଥିଲେ। ତେଣୁ ମହିଳାଙ୍କ ଅଭିଯୋଗ କ୍ରମେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇ ଅଶୋକଙ୍କୁ ଗିରଫ କରାଯାଇଛି। ମାତ୍ର ମନୋଜ ଫେରାର ହୋଇଯାଇଛନ୍ତି ।

 

Comments (0)
Add Comment