ନୋଏଡା : ଶାରୀରିକ ସଂପର୍କ ରକିବାକୁ ରାଜି ନହେବାରୁ ଜଣେ ସ୍ୱାମୀ ତାଙ୍କ ସ୍ତୀଙ୍କୁ ହତ୍ୟା କରିଛି । ଘଟଣା ଘଟିଛି ଦିଲ୍ଲୀର ନୋଇଡାରେ । ସୂଚନା ଅନୁସାରେ ଅଭିିଯୁକ୍ତ ସ୍ୱାମୀ ମହେଶ ୬ ମାସ ହେଲା କ୍ୟାନସରରେ ପୀଡିତ ଥିଲେ । ସ୍ୱାମୀଙ୍କ ରୋଗ ବିଷୟରେ ଜାଣିବା ପରେ ତାଙ୍କ ସହ ଶାରୀରୀକ ସଂପର୍କ ରଖିବାକୁ ସ୍ତ୍ରୀ ରାଜି ହେଉନଥିଲେ । ଏହାକୁ ନେଇ ସ୍ୱାମୀ ଓ ସ୍ରୀଙ୍କ ଭିତରେ ଅନେକ ସମୟରେ ପାଟି ତୁଣ୍ଡ ମଧ୍ୟ ହେଉଥିଲା । ସପଟେ ସ୍ୱାମୀ ଅସୁଶ୍ତ ଥିବାରୁ ବାହାରକୁ ସ୍ତ୍ରୀଙ୍କୁ କାମ କରିବାକୁ ଯିବାକୁ ପଡୁଥିଲା । ଆଉ ସ୍ତ୍ରୀ ଶାରୀରିକ ସଂପର୍କ ରଖିବାକୁ ରାଜି ନହେବାରୁ ଅଭିଯୁକ୍ତ ସ୍ୱାମୀ ମହେଶ ଭାବିଥିଲା ଯେ,ସ୍ତ୍ରୀର ଆଉ କାହା ସହ ସଂପର୍କ ଅଛି । ତେଣୁ ସେ ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରିବା ଆରମ୍ଭ କରିଥିଲା । ଆଉ ନିଜ ସ୍ତ୍ରୀକୁ ଛୁରୀ ଭୁଷି ହତ୍ୟା କଲା ଅଭିଯୁକ୍ତ ସ୍ୱାମୀ । ଏକଥା ଅବିଯୁକ୍ତ ସ୍ୱାମୀ ପୋଲିସ ଆଗରେ ସ୍ୱୀକାର ମଧ୍ୟ କରିଛି ।
ମହେଶ ନିଜ ପରିବାର ସହ ଉତ୍ତରପ୍ରଦେଶର ଲଲିତପୁର୍ରେ ରହୁଥିବା ବେଳେ ଚାକିରି କରିବା ପାଇଁ ତାଙ୍କ ସ୍ତ୍ରୀ ନୋଏଡ଼ାରେ ରହୁଥିବା ତାଙ୍କ ଭାଇଙ୍କ ସହ ଆସି ରହୁଥିଲେ । ମହେଶଙ୍କ ସ୍ତ୍ରୀ ନିଜ ସହ ନିଜର ଦୁଇ ପିଲାଙ୍କୁ ମଧ୍ୟ ସାଥିରେ ରଖି ରହୁଥିଲେ ବୋଲି ଜଣା ପଡ଼ିଛି । ବୁଧବାର ମହେଶ ନିଜ ପରିବାରକୁ ଦେଖା କରିବା ପାଇଁ ଦିଲ୍ଲୀ ଆସିଥିଲେ । ଏହି ସମୟରେ ତାଙ୍କ ସ୍ତ୍ରୀକୁ ଛାତ ଉପରେ ଏକା ଶୋଇଥିବା ଦେଖି ଛୁରି ଭୁସି ହତ୍ୟା କରିଥିଲେ ମହେଶ । ପୀଡ଼ିତାଙ୍କ ପାଟି ଶୁଣି ତାଙ୍କ ଭାଇ ଉପରକୁ ଆସିବା ବେଳକୁ ମହେଶ ସେଠାରୁ ଫେରାର ହୋଇ ଯାଇଥିଲେ । ତୁରନ୍ତ ପୀଡ଼ିତାଙ୍କୁ ଡ଼ାକ୍ତରଖାନ ନିଆ ଯାଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ପୁଲିସରେ ଅଭିଯୋଗ କରାଯିବା ପରେ ୪ଦିନ ପରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ ।