କୃଷି ଓ କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ହେଲେ ସୁରେଶ କୁମାର ବଶିଷ୍ଠ

ଭୁବନେଶ୍ୱର: କୃଷି ଓ କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତ ହେଲେ ୧୯୯୮ ବ୍ୟାଚ୍‌ର ଆଇଏଏସ୍ ଅଫିସର ସୁରେଶ କୁମାର ବଶିଷ୍ଠ। ବର୍ତମାନ ଏହି ପଦରେ ପ୍ରମୋଦ କୁମାର ମେହେର୍ଦ୍ଦା ଅଛନ୍ତି। ଶ୍ରୀ ବଶିଷ୍ଠ ଯେଉଁଦିନ ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ନେବେ ସେହିଦିନ ଶ୍ରୀ ମେହେର୍ଦ୍ଦା ଏହି ପଦବୀରୁ ଅବ୍ୟାହତି ନେବେ।

ସେହିପରି ୨୦୦୮ ବ୍ୟାଚ୍‌ର ଆଇଏଏସ୍‌ ଅଫିସର୍ ଗୁହା ପୁନମ୍ ତାପସ କୁମାରଙ୍କୁ ପଂଚାୟତ ରାଜଓ ପାନୀୟ ଜଳ ବିଭାଗର ଯୁଗ ସଚିବ ତଥା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ସେ ଏବେ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

Comments (0)
Add Comment